ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାର କାର୍ଯ୍ୟରତ ଯୁବ ସାମ୍ବାଦିକ ରାକେଶ ଚନ୍ଦ୍ର ପାଢ଼ୀ ସେ ଜଣେ ଇଲୋକ୍ଟ୍ରୋନିକ୍ସ ଗଣମାଧ୍ୟମ ପ୍ରତିନିଧ୍ଵ ଓ ଜଣେ ସମାଜ ସେବି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଅଞ୍ଚଳର ସେ ଜଣେ ସଚୋଟ ସାମ୍ବାଦିକ ଭାବରେ ବେଶ ପରିଚିତ । ସବୁବେଳେ ନିଜର ରକ୍ତକୁ ଅନ୍ୟକୁ ଦେଇ ଏହା ଏକ ସେବା ବୋଲି ନିଜକୁ ଏପରି ସେବା କରିବା ମୋ ପାଇଁ ଭାଗ୍ୟବାନ ବୋଲି ଭାବନ୍ତି। ମୃତ୍ୟୁ ପରେ ନିଜ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନ୍ୟ ମାନଙ୍କ ପାଇଁ ଦାନକରିବେ ବୋଲି ମଙ୍ଗଳବାର ଚୁକ୍ତି ନାମରେ ଦାଖଲ କରିବା ସହ ଘୋଷଣା କରିଛନ୍ତି । କୌଣସି ଟଙ୍କା ପଇସା ପାଇଁ ନୁହେଁ ଗରିବ ନିରୀହ ଲୋକଙ୍କୁ ମାଗଣାରେ ସାହାଯ୍ୟ କରି ଜୀବନ ବଞ୍ଚାଇବା ପାଇଁ ମଣିଷ ମରିଗଲା ପରେ ତାଙ୍କୁ ପୋଡି ପୋତି ଦିଆଯାଉଛି ତାହା କୌଣସି କାମରେ ଆସୁନାହିଁ ବୋଲି ସେ ମତ ଦେଇଛନ୍ତି। ସେଥିପାଇଁ ସେ ଅଙ୍ଗ ଦାନ କରିବା ପାଇଁ ଆଗେଇ ଆସିଛନ୍ତି ସରକାରୀ ସ୍ତରରେ ସାମ୍ବାଦିକ ରାକେଶ ଚନ୍ଦ୍ର ପାଢ଼ୀ ପଞ୍ଜିକରଣ କରିଛନ୍ତି। ତାଙ୍କ ଶରୀରର ପ୍ରତ୍ୟେକ ଟି ଅଙ୍ଗ ସେ ଅନ୍ୟ ଲୋକଙ୍କ ଶରୀରରେ ପ୍ରତିରୋପଣ କରିବାକୁ ଦେବେ ଏ ସମ୍ପର୍କ ରେ ଚୁକ୍ତିନାମା କରିଥିବା ଜଣାପଡିଛି । ଅଙ୍ଗଦାନ ପଞ୍ଜିକରଣ ଖବର ଚାରିଆଡେ ପ୍ରଚାରିତ ହେବା ପରେ ଯୁବ ସାମ୍ବାଦିକ ରାକେଶ ଚନ୍ଦ୍ର ପାଢ଼ୀଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଢେର ସାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୃତ୍ୟୁ ପରେ ଅଙ୍ଗ ପ୍ରତି ରୋପଣ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚେଇବା ଏକ ମହତ କାମ ତେଣୁ ପ୍ରତ୍ୟେକ ସଚେତନ ନାଗରିକ, ସ୍ବେଛାସେବୀ ଅଗ୍ରସର ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ଓ ସମାଜ ପାଇଁ ଯୁବ ସାମ୍ବାଦିକ ରାକେଶ ଚନ୍ଦ୍ର ପାଢ଼ୀ ନୂଆ ବାର୍ତା ଦେଇଛନ୍ତି ।






