ନବରଙ୍ଗପୁର, (ବାଘୁଆବାର୍ତ୍ତା): ଆଇଏଣ୍ଟପିଆର୍ ର ନିଷ୍ପତ୍ତି ର ପୁନର୍ବିଚାର ପାଇଁ ଦାବି ଜଣାଇଛି ଜିଲ୍ଲା ୱେବ ମିଡ଼ିଆ ସଂଘ। ସଂବାଦ ପରିବେଷଣ ଦିଗରେ ସବୁବେଳେ ଅଗ୍ରଣୀ ରହୁଥିବା ୱେବ ମିଡ଼ିଆ କୁ ଆଜିର ଯୁଗରେ ଅଣଦେଖା କରାଯାଇ ପାରିବ ନାହିଁ। ୱେବ ମିଡ଼ିଆ ନିଜ ସାମର୍ଥ୍ୟ ବଳରେ ଦେଶରେ ତାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆଇଏଣ୍ଟପିଆର୍ ପକ୍ଷରୁ ମାନ୍ୟତା ନ ମିଳିବା ଏକ ଦୁର୍ଭାଗ୍ୟଜନକ ପ୍ରସଂଗ ବୋଲି ଓ୍ବେବ ମିଡ଼ିଆ ସଂଘ ର ଆଇନ ପରାମର୍ଶଦାତା ଜୟନ୍ତ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀ ରେ ବ୍ୟକ୍ତ କରିଛନ୍ତି। ଆଇଏଣ୍ଟପିଆର୍ କୁ ନିଜ ନିଷ୍ପତ୍ତି ର ପୁନଃ ବିଚାର ପାଇଁ ସେ ଅନୁରୋଧ କରିଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ୱେବ ମିଡ଼ିଆ ସଂଘ ର ଉପ-ସଭାପତି ରବିନାରାୟଣ ମହାନ୍ତି ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କ ଭୂମିକା କୁ ସମର୍ଥନ କରିବା ସହ ସରକାରଙ୍କ ପାତରଅନ୍ତର ନୀତିକୁ ନାପସନ୍ଦ କରିଛନ୍ତି। ଜିଲ୍ଲା ୱେବ ମିଡ଼ିଆ ସଂଘ ର ସଂପାଦକ ମୀହିର ଶଙ୍କର ପାତ୍ର ୱେବ ସାମ୍ବାଦିକ ମାନଙ୍କୁ ଉଚିତ୍ ମର୍ୟ୍ୟାଦା ଓ ଅଧିକାର ମିଳୁ ବୋଲି ଦାବି ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ୱେବ ମିଡ଼ିଆ ସଂଘ ର କୋଷାଧ୍ୟକ୍ଷ ଗଗନ ଗନ୍ତାୟତ ,ସୁଶାନ୍ତ ପଣ୍ଡା,କନାଇ ଗୁପ୍ତା, ସିଦ୍ଧାର୍ଥ ଜଏଲେ ସବ୍ୟସାଚୀ ବଡତିଆ,ସମୀର ଭତ୍ରା,ପିଣ୍ଟୁ ପରିଛା,ଏବଂ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସମସ୍ତ ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ ସାମ୍ବାଦିକ ମାନଙ୍କୁ ମିଳୁଥିବା ସମସ୍ତ ଅଧିକାର ଓ ସୁବିଧା ଯୋଗାଇ ଦେବା ପାଇଁ ସମ୍ମିଳନୀରେ ଦାବୀ କରାଯାଇଛି। ୱେବ ମିଡ଼ିଆ ସଂଘର ଅନେକ ସାମ୍ବାଦିକ ଜର୍ଣ୍ଣାଲିଜିମ୍ କରୁଥିବା ସ୍ଥଳେ ସଂବାଦ ପରିବେଷଣ ଦିଗରେ ସେମାନଙ୍କ ଶୈଳୀ କୁ ମଧ୍ୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଛନ୍ତି।






