Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିଲା, ଶୋଭିକ୍‌ ଠାରୁ ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ରିୟା, ଏନସିବି ର ଦାବି

by ସଞ୍ଜୟ ସ୍ୱାଇଁ
July 13, 2022
in Crime, NATIONAL NEWS
ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିଲା, ଶୋଭିକ୍‌ ଠାରୁ ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ରିୟା, ଏନସିବି ର ଦାବି
99
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ଆହୁରି ବଢିପାରେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ। ଗତ ମାସରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜସିଟ ଦାଖଲ କରିଥିଲା। ଯାହାର ରିପୋର୍ଟ ମଙ୍ଗଳବାର ଦିନ ଦର୍ଶାଯାଇଛି। ଏନସିବିର ରିପୋର୍ଟ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ବଲିଉଡ ତଥା ଅନ୍ୟାନ୍ୟ ଉଚ୍ଚ ସମାଜରେ ନିଶା କାରବାର ତଥା ବିକ୍ରି ପାଇଁ ଷଡଯନ୍ତ୍ର କରିଥିଲେ। ଏହା ସହ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଡ୍ରଗ୍‌ସର ଚୋରା ବେପାରକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କାରବାର କରୁଥିଲେ। ଡ୍ରାଫ୍ଟ ଚାର୍ଜ ଅନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ କ୍ରମାଗତ ଭାବରେ ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସହ-ଅଭିଯୁକ୍ତଙ୍କ ସହ ଏକାଧିକ ବିତରଣ ମଧ୍ୟ କରିଥିଲେ। ଏହି ବିତରଣ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ କରାଯାଇଥିଲା। ଡ୍ରାଫ୍ଟ ଚାର୍ଜରେ ଦର୍ଶାଯାଇଛି ଯେ ରିୟା ଚକ୍ରବର୍ତ୍ତୀ ସାମୁଏଲ୍ ମିରାଣ୍ଡା, ଶୋଭିକ୍, ଦୀପେଶ ଏବଂ ଅନ୍ୟମାନଙ୍କଠାରୁ ଡ୍ରଗ୍ସ ବିତରଣ ମଧ୍ୟ ନିଆଯାଇଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଦେଶର ତିନୋଟି ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାର ତଦନ୍ତରେ ନିୟୋଜିତ ଥିଲେ। ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା । ହେଲେ ଗୋଟିଏ ମାସ ପରେ ରିୟା ଜାମିନ ପାଇଥିଲେ। ଡ୍ରଗ୍ସ ନେବା ଏବଂ ଏହାକୁ କିଣିବାଓ ବିକ୍ରି କରିବା ଭଳି ତାଙ୍କ ନାଁରେ ଅନେକ ଗମ୍ଭୀର ଅଭିଯୋଗ ଆସିଥିଲା। ଯାହା ଫଳରେ ଏଯାଏଁ ସେ ଖରାପ ଫାଶରେ ପଡ଼ିଛନ୍ତି, ଯାହାର ତଦନ୍ତ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!