Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯୨ ବର୍ଷ ଇତିହାସରେ ପ୍ରଥମ, କୁଲଦୀପ ରଚିଲେ ଅନେକ ରେକର୍ଡ

by ସଞ୍ଜୟ ସ୍ୱାଇଁ
March 8, 2024
in NATIONAL NEWS, Sports
୯୨ ବର୍ଷ ଇତିହାସରେ ପ୍ରଥମ, କୁଲଦୀପ ରଚିଲେ ଅନେକ ରେକର୍ଡ
210
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେକଥା ଆଜି ଘଟିଛି। ଇଂଲଣ୍ଡ ବିପକ୍ଷ ଧର୍ମଶାଲା ଟେଷ୍ଟରେ କମାଲ କରିଛନ୍ତି କୁଲଦୀପ ଯାଦବ। ତାଙ୍କ ନାଁରେ ଯୋଡ଼ି ହୋଇଛି ଐତିହାସିକ ରେକର୍ଡ। ସେ ୫ମ ଟେଷ୍ଟର ପ୍ରଥମ ଦିନିରେ ୫ ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ପ୍ରଥମ ଇନିଂସରେ ୭୨ ରନ ଦେଇ ୫ ୱିକେଟ ନେବାରୁ ଇଂଲଣ୍ଡ କେବଳ ୨୧୮ ରନ କରିବାକୁ ସକ୍ଷମ ହୋଇଛି। କୁଲଦୀପ ୫ ୱିକେଟ ନେଇଥିବା ବେଳେ ରବି ଅଶ୍ୱିନଙ୍କୁ ୪ଟି ଓ ରବି ଜାଡେଜା ଗୋଟିଏ ସଫଳତା ପାଇଛନ୍ତି। ଆଜି ୫ ୱିକେଟ ଦଖଲ କରିବା ପରେ କୁଲଦୀପ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦ୍ରୁତତମ ଭାରତୀୟ କ୍ରିକେଟର(ବଲ ହିସାବରେ) ଭାବେ ଟେଷ୍ଟ କ୍ୟାରିୟରରେ ୫୦ତମ ୱିକେଟ ନେଇଛନ୍ତି। କୁଲଦୀପ ମାତ୍ର ୧୮୭୧ଟି ବଲ ପକାଇ ଏହି ମାଇଲ ଖୁଣ୍ଟ ହାସଲ କରିଛନ୍ତି। ତାଙ୍କ ପଛକୁ ଅକ୍ଷର ପଟେଲ (୨୨୦୫ଟି ବଲ) ଓ ଯଶପ୍ରୀତ ବୁମ୍ରା(୨୫୨୦ ବଲ) ରହିଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ କୌଣସି ବୋଲର ୨ ହଜାରରୁ କମ ବଲ ପକାଇ ୫୦ ୱିକେଟ ଦଖଲ କରିବାର ରେକର୍ଡ କରିଛନ୍ତି। ଧର୍ମଶାଲାରେ କୁଲଦୀପ ୭ ବର୍ଷ ତଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ତାଙ୍କୁ ୪ ୱିକେଟ ସଫଳତା ମିଳିଥିଲା। ଏହାପରେ ସେ ମାତ୍ର ୧୦ଟି ଟେଷ୍ଟ ଖେଳିଛନ୍ତି। ସେହିପରି ଧର୍ମଶାଲାରେ ମଧ୍ୟ ଏହି ସମୟସୀମା ମଧ୍ୟରେ କୌଣସି ଟେଷ୍ଟ ମ୍ୟାଚ୍ ଆୟୋଜନ ହୋଇ ନଥିଲା। କିନ୍ତୁ ଏବେ ଧର୍ମଶାଲାରେ ମ୍ୟାଚ୍ ଆୟୋଜନ ହୋଇଥିବା ବେଳେ କୁଲଦୀପ ମଧ୍ୟ କମାଲ କାରିଛନ୍ତି। କୁଲଦୀପ ଭାରତର ପ୍ରଥମ ଓ ବିଶ୍ୱର ତୃତୀୟ ବାମହାତୀ ରିଷ୍ଟ ସ୍ପିନର ଭାବେ ଟେଷ୍ଟରେ ୫୦ ୱିକେଟ ଦଖଲ କରିଛନ୍ତି। କୁଲଦୀପଙ୍କ ବ୍ୟତୀତ ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପଲ ଆଡାମ୍ସ ଓ ଇଂଲଣ୍ଡର ଜନ୍ନି ୱାରଡଲେ ରହିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!