କଟକ:,(ବାଘୁଆବାର୍ତ୍ତା): ମୋବାଇଲ୍ ଓ ଡିଟିଏଚ୍ ରିଚାର୍ଜ ନାଁରେ ପ୍ରାୟ ୬ କୋଟି ଟଙ୍କା ଠକେଇ ଘଟଣାରେ ସଦର ଥାନା ପୁଲିସ ଶେଷରେ ଠକ ସ˚ସ୍ଥା ବିରୋଧରେ ଠକେଇ ମାମଲା ରୁଜୁ କରିଛି। ବୟାଳିଶମୌଜାର ସ˚ସ୍ଥାର ମାଲିକ ବିପ୍ର ଚରଣ ସ୍ବାଇଁ ସମେତ ୪ ଜଣ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶେଷ ଥର ପାଇଁ ବୟାଳିଶମୌଜାରେ ଗଲା ୩ ତାରିଖରେ ଏମାନଙ୍କ ଫୋନ୍ ବ୍ୟବହାର ହୋଇଥିଲା। ସେବେଠାରୁ ସମସ୍ତଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି। ପୁଲିସ ରେକର୍ଡରେ ସହର ଛାଡ଼ି ଏମାନେ ଫେରାର ହୋଇଯାଇଛନ୍ତି। ଯେହେତୁ ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଗ୍ରାହକ ଠକେଇର ଶିକାର ହୋଇଛନ୍ତି, ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ନେବାର ସମ୍ଭାବନା ରହିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ବୟାଳିଶମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ମୋବାଇଲ୍ ଓ ଡିଟିଏଚ୍ ରିଚାର୍ଚ୍ଚ ପାଇଁ ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା। ଏମାନେ ସ˚ସ୍ଥା ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ସ˚ସ୍ଥାର ଚୁକ୍ତି ମୁତାବକ ରିଚାର୍ଜ ପ୍ୟାକେଜ୍ରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ସେବା ଯୋଗାଇବାର ସର୍ତ୍ତ ରଖାଯାଇଥିବା ବେଳେ ୪ ମାସ ଭିତରେ ସେବା ବନ୍ଦ ହେବାରୁ ବଡ଼ ଧରଣର କେଳେଙ୍କାରୀ ସାମନାକୁ ଆସିଥିଲା।





