ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରିଅଲ ଇଷ୍ଟେଟ କମ୍ପାନୀ ମିଶ୍ର କ୍ରିଏସନ଼୍ ପ୍ରାଇଭେଟ ଲିମିଟେଡ ବିରୋଧରେ ଅଭିଯୋଗ। ୧୫ କୋଟି ଟଙ୍କାର ଠକେଇ ଅଭିଯୋଗରେ କମ୍ପାନୀର ଆଡିସିନାଲ ଡାଇରେକ୍ଟର ଗିରଫ। ଅଭିଯୁକ୍ତ ସନ୍ତୋଷ ରଥକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ରସୁଲଗଡ଼ ଅଞ୍ଚଳର ସ୍ଵଦେଶ ରାୟ ଚୌଧୁରୀଙ୍କ ଅଭିଯୋଗରେ ମିଶ୍ର କ୍ରିଏସନ଼୍ ପ୍ରାଇଭେଟ ଲିମିଟେଡର ଆଡିସିନାଲ ଡାଇରେକ୍ଟରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଚନ୍ଦକା ଅଞ୍ଚଳରେ ଫ୍ଲାଟ୍ ଦେବାକୁ କହି ଜ୍ୟୋତି ରଞ୍ଜନ ନାମକ ବ୍ୟକ୍ତିଙ୍କ ଠାରୁ ୧୬ ଲକ୍ଷ ନେଇଥିଲା କମ୍ପାନୀ। ୩୦ ମାସ ମଧ୍ୟରେ ଘର ଯୋଗାଇବାକୁ କୁହାଯାଇଥିଲା। ନହେଲେ ଟଙ୍କା ଫେରସ୍ତ ପାଇଁ ଚୁକ୍ତି ହୋଇଥିଲା। ଫ୍ଲାଟ୍ ଯୋଗାଇବା ଦାୟିତ୍ଵରେ ଥିଲେ ସନ୍ତୋଷ। ଏହିଭଳି ଭାବେ ପ୍ରାୟ ୧୩୦ ଜଣଙ୍କ ନିକଟରୁ ୧୫ କୋଟିରୁ ଅଧିକ ଟଙ୍କା ଲୋକଙ୍କ ଠାରୁ ନିଆଯାଇଥିଲା। ତେବେ ୮ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କୁ ଘର ନମିଳିବାରୁ ଅଭିଯୋଗ କରିଥିଲେ ହିତାଧିକାରୀ। ୪୦୬ , ୪୨୦ , ୪୬୭ , ୪୬୮ ,୪୭୧ ଓ ୧୨୦ ବିରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।





