ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାମ୍ବାଦିକତା ପଢ଼ିବାକୁ ପ୍ରଥମ ଥର ପାଇଁ ଜାତୀୟସ୍ତରର ସାଧାରଣ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୪ରେ ଅନଲାଇନରେ ଅନୁଷ୍ଠିତ ହେବ। ନିକଟରେ ସ୍ଥାପିତ ଗ୍ଲୋବାଲ ମିଡିଆ ଶିକ୍ଷା ପରିଷଦ (ଜିଏମଇସି) ଦ୍ୱାରା ଏହି ପରୀକ୍ଷା ପରିଚାଳିତ ହେବ । ଚଳିତ ଶିକ୍ଷାବର୍ଷ ପାଇଁ ଦେଶର ବିଭିନ୍ନ ସହଭାଗୀ ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହା ହେବ । ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୨ ଥିବାବେଳେ ଛାତ୍ରଛାତ୍ରୀ www.aimcet.inରେ ଆବେଦନ କରିପାରିବେ ।






