Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍‌ଡିସିଙ୍କ ଆସିଲେ, କରୋନା ମୁକାବିଲା ବାଟ ବତାଇଲେ

by Anil Panda
July 17, 2020
in Breaking
ଆର୍‌ଡିସିଙ୍କ ଆସିଲେ, କରୋନା ମୁକାବିଲା ବାଟ ବତାଇଲେ
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍ ଅନୀଲ କୁମାର ସାମଲ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ କରୋନା ମୁକାବିଲାର ବାଟ ବତାଇଛନ୍ତି । ବିଶେଷତଃ ଭାବେ କରୋନା ମୁକାବିଲା ଉପରେ ଗୁରୁତ୍ୱ ଦେଇ ରାଜସ୍ୱ କମିଶନର ଗ୍ରାମାଞ୍ଚଳକୁ ଯାଇ ସ୍ଥିତି ପରଖିଥିବା ଜଣାଯାଇଛି । ସୂଚନାନୁସାରେ, ପ୍ରଥମେ ଆର୍‌ଡିସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବଣଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌ଡି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଂଜିତା ବିଶ୍ୱାଳ, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିଡିଓ ମନୋଜ ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାରେ କୋଭିଡ୍ କେୟାର ହୋମ୍ ପ୍ରସ୍ତୁତି, କରୋନା ମୁକାବିଲା, ଚାନ୍ଦପୁର କୋଭିଡ୍ ହେଲ୍‌ଥ ସେଣ୍ଟରଠାରେ ରୋଗୀଙ୍କ ପାଇଁ କରାଯାଇଥିବା ଚିକିତ୍ସା ସୁବିଧା ସଂମ୍ପର୍କରେ ଜିଲ୍ଲାପାଳ ଆର୍‌ଡିସିଙ୍କୁ ଅବଗତ କରିଥିଲେ । ଜିଲ୍ଲାରେ କୋଭିଡ୍ ନିୟମ ଉଲଂଘନ ଏବଂ କଟକଣା ସଂମ୍ପର୍କରେ ଆର୍‌ଡିସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ବୈଠକରେ ପଚାରି ବୁଝିଥିଲେ । ଏଥିସହିତ ସାଧାରଣ ରୋଗୀଙ୍କ ପାଇଁ କିଭଳି ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଭଳି ରୋଗୀ ସେବା ଚାଲିଛି ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆର୍‌ଡିସି କ୍ରିଦାଶପୁର ପଂଚାୟତ ନିକଟରେ ପ୍ରସ୍ତୁତ କରାଯାଇଥିବା କୋଭିଡ୍ କେୟାର ହୋମ୍ ବୁଲି ଦେଖିବା ସହ ଆଶା, ଅଙ୍ଗନୱାର୍ଡ଼ି, ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଂଚଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ କରାଯାଉଥିବା ସର୍ଭେ କାର୍ଯ୍ୟକ୍ରମକୁ ସୂଚନାରୁ ଋପେ କରିବା ପାଇଁ ଆର୍‌ଡିସି ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଲକ୍ଷ୍ମୀପ୍ରସାଦ ପଂଚାୟତର କୋଭିଡ୍ କେୟାର ହୋମ୍‌କୁ ଆର୍‌ଡିସି ପରିଦର୍ଶନ କରିଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!