Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଯୋଦ୍ଧାଙ୍କ ସହ ଫୋନ୍‌ରେ କଥା ହେଲେ ଆର୍‌ଡିସି

by Anil Panda
August 25, 2020
in Feature News, Nayagarh
635
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ଆଜି ନୟାଗଡ଼ ଗସ୍ତ କରି ପୂର୍ବାହ୍ନରେ ନୟାଗଡ଼ ସର୍କିଟ୍ ହାଉସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ନୟାଗଡ଼ ଜିଲ୍ଲାର କୋଭିଡ୍ ପରିସ୍ଥିତି ତଥା ଅନ୍ୟାନ୍ୟ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାସ୍ତରୀୟ କୋଭିଡ୍ ମନିଟରିଂ ସେଲକୁ ଯାଇ ସେଠାରେ ସମସ୍ତ ବ୍ୟବସ୍ତା ଉପରେ ସମୀକ୍ଷା କରିଥିଲେ । ପରେ ପରେ ପୋଲିସ ଆର.ଆଇ. ଅଫିସ ପରିସର ମଧ୍ୟରେ ୯୦ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ କେନ୍ଦ୍ରକୁ ଯାଇ ତାହାର ସମୀକ୍ଷା ମଧ୍ୟ କରିଥିଲେ । ଉକ୍ତ କୋଭିଡ୍ କେନ୍ଦ୍ର ଆଜି ଠାରୁ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ । ଜଣେ କୋଭିଡ୍ ଯୋଦ୍ଧାଙ୍କ ସହିତ ଶ୍ରଯୁକ୍ତ ସାମଲ ଆଲୋଚନା କରିଥିଲେ । ସେହିପରି ପ୍ଲାଜମା ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ସହ ଆହୁରି ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ନୟାଗଡ଼ରେ କେତେ କୋଭିଡ୍ ଯୋଦ୍ଧା ଅଛନ୍ତି ତାହା ପଚାରି ବୁଝିଥିଲେ । ଏପରିକି କରୋନା ଯୋଦ୍ଧାଙ୍କ ସହ ସେ ଫୋନ ମାଧ୍ୟମରେ କଥାବାତ୍ତା ହୋଇଥିବା ଜଣାଯାଇଛି । ସେହିପରି ହୋମ ଆଇସୋଲେସନ କେସ ଏବଂ ଆକ୍ଟିଭ୍ କେସ ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ଆଜି ସୁଦ୍ଧା କେତେ ଆକ୍ରାନ୍ତ ହୋଇଛନ୍ତି, କେତେ ସୁସ୍ଥ ଏବଂ କେତେ ମୃତ୍ୟୁ ବରଣ କରିଛନ୍ତି ସେ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହା ସହିତ ନୟାଗଡ଼ରେ ପ୍ରତିଦିନ ପରୀକ୍ଷା କରାଯାଉଥିବା ଆଂଟିଜେଂଟ୍ ଓ ଆର.ଟି.ପି.ସି.ଆର ପରୀକ୍ଷା ଉପରେ ଦୈନିକ କେତେ ପରୀକ୍ଷା କରାଯାଉଛି ତାହାର ମଧ୍ୟ ସମୀକ୍ଷା କରିଥିଲେ । କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସାମଲଙ୍କ ସହିତ ଜିଲ୍ଲାପାଳ ଡା. ପୋମା ଟୁଡୁ ଉପସ୍ଥିତ ରହି ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରଂଜିତା ବିଶ୍ୱାଳ, ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!