ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ମାଛିପଡ଼ା ଗ୍ରାମ ପଞ୍ଚାୟତର ମାଛିପଡ଼ାଠାରୁ ପୋଡ଼ାଗଡ଼ ରାସ୍ତାର ନବୀକରଣ ହେବ । ମାଛିପଡାଠାରୁ ରଘୁନାଥପୁରୁ ଦେଇ ଏହି ରାସ୍ତା ପୋଡ଼ାଗଡ଼ରେ ବାହାରିବ । ଏଥିପାଇଁ ଗୋଟିଏ ବଡ଼ ବ୍ରିଜ୍ ନିର୍ମାଣ ହେବାକୁ ଥିବା ବେଳେ ଦୁଇଟି ଛୋଟ ବ୍ରିଜ୍ ନିର୍ମାଣ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ତିନି କୋଟି ଏକାନବେ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ମୋଟ ୭ କିଲୋମିଟରରୁ ଉଦ୍ଧ୍ୱର୍ ରାସ୍ତା ନିର୍ମାଣ ହେବ ବୋଲି ଜଣାଯାଇଛି । ଆଜି ଏହି ରାସ୍ତାର ଶୁଭ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳର ୩ ହଜାର ଲୋକଙ୍କର ଗମନାଗମନ ସୁବିଧା ଉପଲବ୍ଧ ହେବ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ୍ ଅଧ୍ୟକ୍ଷ ଗୋଲାପ ଦଳବେହେରା, ଉପାଧ୍ୟକ୍ଷ ସୁବାଷ କହଁର, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଦେବରାଜ ବେହେରା, ସହକାରୀ ଯନ୍ତ୍ରୀ ଗୋବିନ୍ଦ ସାହୁ, ସ୍ଥାନୀୟ ସମିତି ସଭ୍ୟ ଯୁବରାଜ ବେହେରା, ସରପଞ୍ଚ ପରିଖିତ ମହାପାତ୍ର ଓ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସ୍ୱାଇଁ ଉପସ୍ଥିତ ରହିଥିଲେ ।





