Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେସଲିଂର ସେମିଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଓ ଦୀପକ

by ସଞ୍ଜୟ ସ୍ୱାଇଁ
August 4, 2021
in NATIONAL NEWS, Sports, WORLD
ରେସଲିଂର ସେମିଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଓ ଦୀପକ
72
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରବି କୁମାର ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ। ସେମିରେ ରବି କୁମାରଙ୍କ ସାମ୍ନା କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହେବ। ସେହିପରି ପୁରୁଷ ୮୬ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଦୁନିଆର ତିନି ନମ୍ବର ରେସଲର୍ ତଥା ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଦୀପକ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ। ଦୀପକ ସେମିଫାଇନାଲରେ ଆମେରିକାର ଡେଭିଡ୍ ମୋରିସଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରିଷ୍ଟାଇଲରେ ଭାରତର ଅଂଶୁ ବେଲାରୁଷର ଇରିନା କୁରାଚକିନାଙ୍କ ନିକଟରୁ ୨-୮ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଅଂଶୁଙ୍କ ପାଖରେ ରିପିଚେଜ୍ ରାଉଣ୍ଡରେ ଲଢ଼ିବାର ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ବେଲାରୁଷର ଇରିନାଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ଇରିନା କ୍ୱାର୍ଟର୍ ଫାଇନାଲରେ ରୁଷିଆନ ଅଲିମ୍ପିକ୍ କମିଟିର ଭାଲେରିଆ କୋଭଲୋଭାଙ୍କୁ ୬-୩ରେ ହରାଇ ସେମିରେ ପହଞ୍ଚି ସାରିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!