ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସାରା ଦେଶରେ କରୋନା ତାଣ୍ଡବ ନଚାଉଛି । ଡାକ୍ତରଖାନା ଠାରୁ ଆରମ୍ଭ କରି ଚାକିରୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସମସ୍ୟାରେ ଲୋକମାନେ ସମ୍ମୁଖୀନ ହେଉଛନ୍ତି । ସରକାରୀ ଉଦ୍ୟମ ସତ୍ତେ୍ୱ କରୋନାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ପରସ୍ପରକୁ ନିଜ ସ୍ତରରୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ନିଜ ସକ୍ଷମ ଅନୁସାରେ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି । ଏହି ଧାରାବାହିକ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାଁ ମଧ୍ୟ ଯୋଡି ହୋଇଛି । ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ ପାଲଟିଯାଇଛନ୍ତି । ସାରାଦେଶରେ ଅକ୍ସିଜେନ ସଂକଟ ନେଇ ହାହାକାର ପଡିଥିବା ବେଳେ ରବିନା ଟଣ୍ଡନ ଏହି ଦୁଃଖ ଦେଖିନପାରି ସହଯୋଗ କରିବାକୁ ନିଷ୍କତ୍ତି ନେଇଥିଲେ । ବର୍ତ୍ତମାନ ଦିଲ୍ଲୀକୁ ପଠାଇଛନ୍ତି ଅକ୍ସିଜେନ ସିଲିଣ୍ଡର । ରବିନା ନିଜ ଇନଷ୍ଟାରେ ଟ୍ୱିଟ କରି କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଗୋଟିଏ ଟିମ ଯାଉଛି । ଗଭୀର ସମୁଦ୍ରରୁ ମୁଁ ଦେଇଥିବା ଗୋଟିଏ ବୁନ୍ଦା ବି ଆପଣଙ୍କ କାମରେ ଆସିବ । ସେପଟେ ରବିନାଙ୍କ ଏହି ସାହାଯ୍ୟ ପରେ ଫ୍ୟାନ୍ସ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।





