ନୟାଗଡ଼,(ବାଘୁଆବାର୍ତ୍ତା): ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ୩ ରଥରେ ଆବଶ୍ୟକ ଶିମିଳିକାଠକୁ ନୟାଗଡ଼ ଜିଲ୍ଲା ସଦରବ୍ଲକ କ୍ରିଦାଶପୁର ଗାଁରୁ ସଂଗ୍ରହ କରାଯାଇଛି । ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଏହି କାଠ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଦୁଇଟି ଶିମିଳି ଗଛକୁ କାଟି ୬ ଫୁଟ ଚଉଡ଼ା ଓ ୧୨ ଫୁଟ ଲମ୍ବର ୪ ଖଣ୍ଡ ଶିମିଳି କାଠ କଟା ଯାଇଛି । ଏହି କାଠକୁ ଆସନ୍ତାକାଲି ପୁରୀ ପଠାଯିବ ବୋଲି ସୂଚନା ମିଳିଛି । କ୍ରିଦାଶପୁର ଗ୍ରାମ୍ୟ କମିଟି ସହଯୋଗରେ ଶିମିଳି କାଠ ସଂଗ୍ରହ ହୋଇଥିବା ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।






