Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶେଷ ପର୍ଯ୍ୟାୟରେ ରଥର ଯୋକା ନିର୍ମାଣ, ଚଉଦ ନାହାକା କାମ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 25, 2025
in State
ଶେଷ ପର୍ଯ୍ୟାୟରେ ରଥର ଯୋକା ନିର୍ମାଣ, ଚଉଦ ନାହାକା କାମ ଆରମ୍ଭ
11
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଶନିବାର ରଥର ଚଉଦନାହାକା କାମ ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ଏହି ଚଉଦଟି କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିବ । ଦଣ୍ଡା ଉପରେ ଗରଗରା ଓ ସେଥିରେ ରହିବ ଚାରିନାହାକା । ରଥରେ ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ରଥରେ ତିନୋଟି ଭୂଇଁ ନିର୍ମାଣ ହେବ । ଚଉତା କାଠରେ ସୂତା ମରା ଶେଷ ହୋଇ ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ସରିଛି । ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ସୂତାର ମହାରଣାଙ୍କ ଦ୍ୱାରା ସୂତାମରା ଯାଇଛି । ତିନି ରଥର ୧୨ଟି କରି ମୋଟ ୩୬ଟି ଚଉତା କାଠ । ଏହା ହେଉଛି ରଥର ଉପରିଭାଗ କାର୍ଯ୍ୟ । ଏଥିସହ ରଥର ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ୪୨ ଚକ ମଧ୍ୟରୁ ୩୬ ଚକ ପ୍ରାୟ ଶେଷ । ତାଳଧ୍ୱଜ ରଥର ୧୨ ନମ୍ବର ଚକ ଶେଷ ହୋଇଛି । ନନ୍ଦିଘୋଷର ୧୪ନମ୍ବର ଓ ଦେବଦଳନ ରଥ ୧୦ ନମ୍ବର ଶେଷ । ଏବେ ଶେଷ ଚକ ଗୁଡ଼ିକର ପହିରେ ବିନ୍ଧ ଖୋଦେଇ ଜାରି ରହିଛି । ରଥର ଯୋକା ନିର୍ମାଣ ଶେଷ ପର୍ଯ୍ୟାୟରେ । ରଥ ଚତୁଃପାଶ୍ୱର୍ରେ ଯୋକା ସ୍ଥାପନ ହେବ । ତିନିର ରଥର ମୋଟ ୪୪ଟି ଯୋକା ରହିଛି । ଶନିବାର ଚାରପରିଛା ତିଆରିଛନ୍ତି ବିଶ୍ୱକର୍ମା । ରୂପକାର ଏଥିରେ ଖୋଦେଇ ଆରମ୍ଭ କରିବେ । ଦଣ୍ଡା, ଗୟଳ ଓ ଅଖ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଞ୍ଚିନି । ରଥର ଏହି ତିନି ଅଂଶ ତିଆରି ପାଇଁ ଆବଶ୍ୟକ ହୁଏ ୪୦ ଫୁଟିଆ କାଠ । ଏହି ସବୁ କାଠ ଶୀଘ୍ର ପହଞ୍ଚିଲେ ରଥ କାର୍ଯ୍ୟ ସ୍ୱାଭାବିକ ଆଗେଇବ ବୋଲି କୁହନ୍ତି ନିର୍ମାଣକାରୀ । ଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର । କମାର ସେବକମାନେ ଅସ୍ଥାୟୀ ଶାଳରେ ରଥ ପାଇଁ ଦଣ୍ଡା ବିଡ଼ିଆ ଓ ଚଉରସ କଣ୍ଟା ନିର୍ମାଣ କରୁଛନ୍ତି । ଦୋଳବେଦି ପରିସରରେ ପାହି ମହାରଣାଙ୍କ ଦ୍ୱାରା ଠାକୁରଙ୍କ ସ୍ନାନଯାତ୍ରା ଓ ରଥ ଯାତ୍ରା ପାଇଁ ଆବଶ୍ୟକ ଉପକରଣ ପ୍ରସ୍ତୁତ ହେଉଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!