Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥଯାତ୍ରା ପରିବହନ ନକ୍ସା ଚୂଡ଼ାନ୍ତ

by ସଞ୍ଜୟ ସ୍ୱାଇଁ
May 31, 2025
in State
ରଥଯାତ୍ରା ପରିବହନ ନକ୍ସା ଚୂଡ଼ାନ୍ତ
67
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା) : ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ପାଇଁ ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ଯାଏ ୧୦୦ ଅଟୋ ଚଳାଚଳ କରିବ। ଏହି ଅଟୋରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ମାଗଣାରେ ଯିବାଆସିବା କରିବେ। ଏ ପ୍ରକାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଏହାବାଦ୍ ପୁରୀକୁ ଚଳାଚଳ କରୁଥିବା ବସ୍ ଓ ଅଟୋ ଚାଳକମାନେ ଯାତ୍ରୀଙ୍କ ଠାରୁ ଯେଭଳି ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଟଙ୍କା ନ ନିଅନ୍ତି ସେ ନେଇ ବସ୍ ମାଲିକଙ୍କୁ ସତର୍କ କରାଇଛି ପରିବହନ ବିଭାଗ। ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଏ ପ୍ରକାର ନିଷ୍ପତ୍ତି ହୋଇଛି। ତାଳବଣିଆରୁ ଜିଲ୍ଲା ହାଇସ୍କୁଲ ଯାଏଁ ମାଗଣାରେ ଗଡ଼ିବ ୧୦୦ ଅଟୋ । ରାସ୍ତାରେ ରହିବ ଆମ୍ବୁଲାନ୍ସ, ଗାଡ଼ି ମେକାନିକ୍ ଓ କ୍ରେନ୍ । ବସ୍, ଅଟୋରେ ଅଧିକ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ । ପରିବହନ, ପୁଲିସ, ଏନ୍ଏଚ୍ଏଆଇ ଓ ବସ୍ ମାଲିକଙ୍କ ମଧ୍ୟରେ ଆଲୋଚନା । ସୂଚନା ଅନୁଯାୟୀ, ଚଳିତଥର ରଥଯାତ୍ରା ପାଇଁ କଟକରେ ଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଏକ ସମନ୍ବୟ ବୈଠକ ଶୁକ୍ରବାର ଆୟୋଜିତ ହୋଇଛି। ବୈଠକର ନିଷ୍ପତ୍ତି ମୁତାବକ, ଅନ୍ୟ ରୁଟ୍ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ପୁରୀ ପାଇଁ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ। ଆଗ୍ରହୀ ବସ୍ ମାଲିକମାନେ ଏଥିପାଇଁ କିଭଳି ସୁବିଧାରେ ଆବେଦନ କରିବେ ଓ ଅନୁମତି ପାଇବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯଦି କେହି ବସ୍ କର୍ମଚାରୀ ନିର୍ଦ୍ଧାରିତ ବସ୍ ଭଡ଼ା ଠାରୁ କୌଣସି ଅଧିକ ଭଡ଼ା ଯାତ୍ରୀଙ୍କଠାରୁ ଦାବି କରିବାର ଅଭିଯୋଗ ଆସେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସେ ନେଇ ବସ୍ ମାଲିକ ସଂଘ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ରଥଯାତ୍ରା ସମୟରେ ପୁରୀ ଯାଉଥିବା ଏବଂ ପୁରୀରେ ଚଳାଚଳ କରୁଥିବା ସମସ୍ତ ବସ୍ ସମେତ ଅଟୋରେ ଭଡ଼ା ସମ୍ପର୍କିତ ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଇବାକୁ ନିଷ୍ପତ୍ତି ହୋଇଛି। ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହିତ ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଉପଲବ୍ଧ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଅସାମାଜିକ ତତ୍ତ୍ବଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ସୁନିଶ୍ଚିତ କରିବାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ଅନୁଧ୍ୟାନ କରାଯିବ। ପୁରୀର ତାଳବଣିଆରେ ସିସିଟିଭି କ୍ୟାମେରା ଲଗାଯିବ। ଯାତ୍ରୀ ଓ ଯାତ୍ରୀବାହୀ ଯାନବାହନର ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀରେ ଆର୍ଟିଓଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ରୁମ୍ ଖୋଲାଯିବ। ଏଥିସହ ଗାଡ଼ି ମରାମତି ପାଇଁ ବିଭିନ୍ନ କମ୍ପାନିର ସହଯୋଗ ମଧ୍ୟ ନିଆଯାଇଛି। ଗାଡ଼ି ମରାମତି ସମେତ କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ବୈଠକରେ ପରିବହନ କମିସନର୍ ଅମିତାଭ ଠାକୁରଙ୍କ ସମେତ ପୁରୀ ଏସ୍ପି, କଟକ ଡିସିପି, ଟ୍ରାଫିକ୍ ଡିସିପି, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ବସ୍ ମାଲିକ ସଂଘ ପ୍ରତିନିଧି, ପରିବହନ ବିଭାଗର ବରିଷ୍ଠ ଅଧିକାରୀ, ବସ୍ ମାଲିକମାନେ ଉପସ୍ଥିତ ଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!