Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନନ୍ଦିଘୋଷ ରଥ ଅଟକିବା ଘଟଣା, ଦୁଃଖ ପ୍ରକାଶ କଲେ ନବୀନ

by ସଞ୍ଜୟ ସ୍ୱାଇଁ
June 28, 2025
in Feature News
ନନ୍ଦିଘୋଷ ରଥ ଅଟକିବା ଘଟଣା, ଦୁଃଖ ପ୍ରକାଶ କଲେ ନବୀନ
17
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା): ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମେ ଏଠାରେ କାହାରିକୁ ଦୋଷ ଦେଉ ନାହୁଁ, ହେଲେ ଆମ ରାଜ୍ୟର ସବୁଠାରୁ ବଡ଼ ଉତ୍ସବ ସମୟରେ ଘଟଣା ଯେଉଁଭଳି ଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ପାରୁନାହୁଁ ବୋଲି କହିଛନ୍ତି। ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିଥିଲ। ଏହାକୁ ଭୁଲିବା କଷ୍ଟ। ଏ ବର୍ଷ ଆମେ ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭:୪୫ ପର୍ୟ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିଥିଲା। ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ ଓ ହତାଶ କରିଛି। ଭିଡ଼ ପରିଚାଳନାରେ ତ୍ରୁଟି ଯୋଗୁଁ ଶହ ଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି। ଆମେ କେବଳ ପ୍ରାର୍ଥନା କରିବା ଯେ: ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବକୁ ବିପର୍ଯ୍ୟସ୍ତ କରିଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ସରକାର ଏଥିପ୍ରତି ଧ୍ୟାନ ଦେବା ସହ, ଆତ୍ମସମୀକ୍ଷା କରିବା ଦରକାର ବୋଲି ନବୀନ କହିଛନ୍ତି। କାହିଁକି ଏପରି ଅବ୍ୟବସ୍ଥା ହେଲା ଓ ଏହା ପଛରେ କିଏ ଦାୟୀ ତାହାକୁ ଖୋଜିବା ପରିବର୍ତ୍ତେ ଆଇନମନ୍ତ୍ରୀ ଏହାକୁ ସାଧାରଣ କଥା ବୋଲି କହି ଏହାକୁ ଘୋଡ଼ାଇ ଦେବାକୁ ପ୍ରୟାସ କଲେ। ସବୁବର୍ଷ ଏପରି ହୁଏ ବୋଲି କହି ଘଟଣାକୁ ଗୁରୁତ୍ୱହିନ କରିବାକୁ ଉଦ୍ୟମ କଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁକିଛି ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି ବୋଲି କହି ନିଜ ପିଠି ଥାପୁଡ଼େଇଲେ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!