Sunday, August 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ

by ସଞ୍ଜୟ ସ୍ୱାଇଁ
June 26, 2025
in Nayagarh
ରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ
191
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ପ୍ରତ୍ୟେକ ବିଦ୍ୟାଳୟ ଏବଂ ମନ୍ଦିରରେ ଗୀତାପାଠ ଆବୃତ୍ତି କରାଯିବା ପାଇଁ ବିଚାର ଆଲୋଚନା କରାଯାଇଥିଲା।ଏହି ବୈଠକରେ ଚିନ୍ମୟ ମିଶନ ସମ୍ପାଦକ ଘନଶ୍ୟାମ ସାହୁ, ସଂଯୋଜିକା ଶ୍ରାବଣୀ ମିଶ୍ର,ଅଧ୍ୟାପକ କୃପାସିନ୍ଧୁ କରଣ,କୃଷ୍ଣପ୍ରିୟା ଦାଶ,ଦୁର‌୍ୟ୍ୟୋଧନ ସାହୁ,ପଦ୍ମଚରଣ ସାହୁ,ପ୍ରଦୀପ କୁମାର ସାହୁ,ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଦସ୍ୟ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!