ନୟାଗଡ଼,(ବାଘୁଆବାର୍ତ୍ତା) : ମହାପ୍ରଭୃ ଲିଙ୍ଗରାଜଙ୍କ ରୁକୁଣାରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ଗଣିଆ ବନାଞ୍ଚଳରୁ ଆଜି ଗତକାଲି ରାତିରେ ରଥକାଠ ପଠାଯାଇଛି । ରଥର ଅଖ ନିର୍ମାଣ ପାଇଁ ୩ଟି ଲିମ୍ବ ଏବଂ ୨ଟି ତେନ୍ତୁଳି କାଠ ପଠାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ବନାଞ୍ଚଳ ଅଧିକାରୀ ସୋନାଲି ସିଓ କାଠ ପଠାଇବା ସମୟରେ ଉପସ୍ଥିତ ରହି ପରିଚାଳନା କରିଥିବା ସୂଚନା ମିଳିଛି ।






