Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଅର୍ଥ ଆତ୍ମସାତ:ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ

by ସଞ୍ଜୟ ସ୍ୱାଇଁ
April 7, 2026
in Crime
ସରକାରୀ ଅର୍ଥ ଆତ୍ମସାତ:ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ
146
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ରାଜ୍ୟ ଭିଜିଲାନ୍ସ ବିଭାଗ ସୋମବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ସରକାରଙ୍କ ୧୧ ଲକ୍ଷ ୨୮ ହଜାର ୬୦୦ ଟଙ୍କା ଆତ୍ମସାତ ଅଭିଯୋଗ ରେ ଗିରଫ କରିଥିବା ଜଣାପଡିଛି। ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ ଗତ ୨୦୨୩ ମସିହା ଜାନୁୟାରୀ ମାସ ଠାରୁ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଳା ବାଲିପାଟଣା ପଞ୍ଚାୟତସମିତି କାର୍ଯ୍ୟାଳୟ ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ସରକାରଙ୍କ ୧୧ ଲକ୍ଷ ୨୮ ହଜାର ୬୦୦ ଟଙ୍କା ଆତ୍ମସାତ କରିବା ଘଟଣା ରେ ଜଡିତ ଥିଲେ। ମଧୁବାବୁ ପେନସନ ଯୋଜନାର ଏହି ଅର୍ଥ ତୋଷରପାତ ହୋଇଥିବା ଜଣାପଡିବା ରେ ତଦନ୍ତ ଜାରି ରହିଥିଲା। ବାଲିପାଟଣା ବ୍ଲକ ପାମ୍ପାଲୋ ଓ ରାଜସ ପଞ୍ଚାୟତ ର ମଧୁବାବୁ ପେନସନ ଯୋଜନା ର ଏହି ଅର୍ଥ ହିତାଧିକାରୀମାନଙ୍କୁ ପ୍ରଦାନ ପରିବର୍ତ୍ତେ ଅନ୍ୟ କାର୍ଯ୍ୟ କୁ ଅନୈତିକ ଭାବେ ପରିବର୍ତନ କରାଯାଇଥିଲା। ରାଜ୍ୟ ଭିଜିଲାନ୍ସ ଘଟଣା ର ସତ୍ୟାସତ୍ୟ ଜାଣିବା ପରେ ସମ୍ପୃକ୍ତ ରତନପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଙ୍କୁ ଗିରଫ କରିବା ସହ ଭୂବନେଶ୍ବର ଭିଜିଲାନ୍ସ କେସ ନମ୍ବର ୬ ରେ ଏକ ମାମଲା ରୁଜୁ କରି ମାନ୍ୟବର ସ୍ପେଷାଲ ଜଜ ଭିଜିଲାନ୍ସ ଙ୍କ ନିକଟରେ ହାଜର କରାଯାଇଥିବା ଜଣାପଡିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!