ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ନୀଳମାଧବ ପୀଠ ଓ କାଳିଆପଲ୍ଲୀକୁ ମହାମହିମ ରାଷ୍ଟ୍ରପତି ଆସନ୍ତା ୨୪ ତାରିଖରେ ଆସିବେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଜଣାପଡ଼ିଛି । ଆଜି ଏଡିଜି ରାଜେଶ କୁମାର ଏବଂ ଆଇଜି ପ୍ରବୀଣ କୁମାର ନୟାଗଡ଼ ଗ୍ରସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଏସପି ଏସ୍ ସୁଶ୍ରୀ ଉପସ୍ଥିତ ରହିବା ସହ ସମସ୍ତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନୀଳମାଧବ ମନ୍ଦିର, ହେଲିପ୍ୟାଡ୍, କଣ୍ଟିଲୋରୁ କାଳିଆପଲ୍ଲୀ ରାସ୍ତା, କାଳିଆପଲ୍ଲୀଠାରେ ଅନୁଷ୍ଠିତ ସମାବେଶର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।
୬ ଜଣ ଏସ୍ପି ର୍ୟା ଙ୍କ ଅଫିସର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଏହା ସହିର ଆଡିସନାଲ ଏସପି, ଡିଏସପି ଏବଂ ଇନ୍ସପିକ୍ଟେରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇିଂ ଜୋନ୍ ଘୋଷଣା କରାଯାଇଛି । ନୀଳମାଧବ ମନ୍ଦିର ନିକଟରୁ କିଛି ଉଠା ଦୋକାନୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗ୍ରସ୍ତ ସମୟରେ କଣ୍ଟିଲୋ ବଜାର ବନ୍ଦ କରାଯିବାକୁ ବ୍ୟବସ୍ଥା ହୋଇଥିବା ଏସପି ସୂଚନା ଦେଇଛନ୍ତି । ଆସନ୍ତାକାଲି କାରକେଡ୍ ମକଡ୍ରିଲ କରାଯିବା । ନୀଳମାଧବ ମନ୍ଦିରରେ ୨୪ ତାରିଖ ଦିନ ୧ ଘଟିକା ପର୍ଯ୍ୟନ୍ତ ସାଧାରଣ ଭକ୍ତ ଦର୍ଶନ କରି ପାରିବେ । ଦିନ ୧ ଘଟିକାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ । ମହାମହିମଙ୍କ ଦର୍ଶନ ପରେ ପୁଣି ସର୍ବସାଧାରଣ ଦର୍ଶନ ହୋଇପାରିବ ବୋଲି ଏସ୍ପି କହିଛନ୍ତି ।