Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନସେବା କେନ୍ଦ୍ରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

by ସଞ୍ଜୟ ସ୍ୱାଇଁ
January 22, 2025
in Crime, State
ଜନସେବା କେନ୍ଦ୍ରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ
97
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଜନସେବା କେନ୍ଦ୍ରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ।ଜନସେବା କେନ୍ଦ୍ରକୁ ଆସିଥିବା ନାବାଳିକାକୁ ଜନସେବା କେନ୍ଦ୍ର ମାଲିକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି । କେନ୍ଦୁଝର ଆନନ୍ଦପୁର ଉପକଣ୍ଡ ଧକୋଠା ଜନସେବା କେନ୍ଦ୍ରରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଅବିଭାବକ ଆଧାର କାର୍ଡରେ ସଂଶୋଧନ ପାଇଁ ନିଜ ୧୧ ବର୍ଷୀୟ ଝିଅକୁ ନେଇ ଜନସେବା କେନ୍ଦ୍ରରେ ପହଞ୍ଚିଥିଲେ । ଆଧାରକାର୍ଡ ବାୟୋମେଟ୍ରିକ୍‌ ସଂଶୋଧନ ପାଇଁ ଜନସେବା କେନ୍ଦ୍ର ମାଲିକ ସୁଜିତ କୁମାର ସାହୁଙ୍କୁ କହିଥିଲେ । ହେଲେ ସୁଜିତ୍‌ ଝିଅ ଆଧାରରେ ଥିବା ଜନ୍ମ ତାରିଖ ଠିକ୍‌ ଅଛି କି ନାହିଁ, ତାହାକୁ ବୁଝିବାକୁ ବାପାଙ୍କୁ ସ୍କୁଲ ଶିକ୍ଷକ ପାଖକୁ ପଠାଇଥିଲେ । ବାପା ସ୍କୁଲକୁ ଯିବା ପରେ ଝିଅକୁ ଏକାକି ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଝିଅ କୌଶଳକ୍ରମେ ଖସିଯାଇଥିଲେ । ଆଉ ପାଟି କରିବାକୁ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ହୋଇଥିଲା । କିଛି ସମୟ ପରେ ବାପା ଘଟଣାସ୍ଥଳରେ ପହଞ୍ଚିବାରୁ ଝିଅକୁ ନେଇ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସୁଜିତ ସାହୁକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!