କରଞ୍ଜିଆ,(ବାଘୁଆବାର୍ତ୍ତା): କରଞ୍ଜିଆ ପୋଲ ତଳୁ ଉଲଗ୍ନ ଓ ମୁମୂର୍ଷ ଅବସ୍ଥାରେ ଏକ ନାବାଳିକାକୁ ଉଦ୍ଧାର କରାଯାଇଛି । ତେବେ ନାବାଳିକାକୁ କେହି ଦୁଷ୍କର୍ମ କରି ପୋଲ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । ମୁମୂର୍ଷ ଅବସ୍ଥାରେ ପଡିଥିବା ନାବାଳିକାର ବୟସ ୮ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନାବାଳିକାର ପରିଚୟ ମିଳିନଥିବା ସୂଚନା ମିଳିଛି ।






