ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରିସାହି ପଂଚାୟତ କଉଡ଼ା ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପôତୀ ସୁକାନ୍ତି ସ୍ୱାଇଁଙ୍କୁ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଖଣ୍ଡପଡ଼ାର ନବକିଶୋର ବରାଡ଼ଙ୍କ ପୁଅ ବିଭୂତି ଭୂଷଣ ବରାଡ଼ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସନ୍ତୋଷ ଜଣେ ମୁକ ଏବଂ ଦୃଷ୍ଟିହୀନ ବ୍ୟକ୍ତି ହୋଇଥିବା ବେଳେ ବିଭୂତି ତାଙ୍କ ଗାଇ ଗୁହାଳ କାମ କରିବାକୁ କିଛିଦିନ ତଳେ ଯାଇଥିଲେ । ଏହା ଭିତରେ ସେ ସୁକାନ୍ତି ଏବଂ ସନ୍ତୋଷଙ୍କ ପରିବାର ସହ ପରିଚିତ ହୋଇଥିବା ବେଳେ ଗତ ୨୩ ତାରିଖ ରାତିରେ ସୁକାନ୍ତିଙ୍କ ଘରକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ୧୪୩/୨୦ରେ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ସୁକାନ୍ତିଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାଯାଇଛି । ଆସନ୍ତାକାଲି ସୁକାନ୍ତିଙ୍କ ବୟାନ ରେକର୍ଡ଼ ହେବାକୁ ଥିବା ବେଳେ ଆଜି ଦଶପଲ୍ଲା ପୁଲିସ ବିଭୂତିଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ମାତ୍ର ଥାନାରେ ଅଭିଯୋଗ ହୋଇଥିବା ଜାଣିପାରି ବିଭୂତି ଫେରାର ଥିବା ସୂଚନା ମିଳିଛି ।






