Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଫେରାର

by Anil Panda
September 26, 2020
in Crime, Nayagarh
ମହିଳାଙ୍କୁ ଦୁଷ୍କର୍ମ ଘଟଣା
1.1k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରିସାହି ପଂଚାୟତ କଉଡ଼ା ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପôତୀ ସୁକାନ୍ତି ସ୍ୱାଇଁଙ୍କୁ ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଖଣ୍ଡପଡ଼ାର ନବକିଶୋର ବରାଡ଼ଙ୍କ ପୁଅ ବିଭୂତି ଭୂଷଣ ବରାଡ଼ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସନ୍ତୋଷ ଜଣେ ମୁକ ଏବଂ ଦୃଷ୍ଟିହୀନ ବ୍ୟକ୍ତି ହୋଇଥିବା ବେଳେ ବିଭୂତି ତାଙ୍କ ଗାଇ ଗୁହାଳ କାମ କରିବାକୁ କିଛିଦିନ ତଳେ ଯାଇଥିଲେ । ଏହା ଭିତରେ ସେ ସୁକାନ୍ତି ଏବଂ ସନ୍ତୋଷଙ୍କ ପରିବାର ସହ ପରିଚିତ ହୋଇଥିବା ବେଳେ ଗତ ୨୩ ତାରିଖ ରାତିରେ ସୁକାନ୍ତିଙ୍କ ଘରକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ୧୪୩/୨୦ରେ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ସୁକାନ୍ତିଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାଯାଇଛି । ଆସନ୍ତାକାଲି ସୁକାନ୍ତିଙ୍କ ବୟାନ ରେକର୍ଡ଼ ହେବାକୁ ଥିବା ବେଳେ ଆଜି ଦଶପଲ୍ଲା ପୁଲିସ ବିଭୂତିଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ମାତ୍ର ଥାନାରେ ଅଭିଯୋଗ ହୋଇଥିବା ଜାଣିପାରି ବିଭୂତି ଫେରାର ଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!