Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ସମର୍ଥ’ ନିର୍ଯାତନା ମାମଲାରେ ଯୋଡ଼ିହେଲା ଯୌନ କେଳେଙ୍କାରୀ

by ସଞ୍ଜୟ ସ୍ୱାଇଁ
January 30, 2025
in Crime, State
‘ସମର୍ଥ’ ନିର୍ଯାତନା ମାମଲାରେ ଯୋଡ଼ିହେଲା ଯୌନ କେଳେଙ୍କାରୀ
64
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ଧନୁପାଲି ଛକ ନିକଟ ନେତାଜୀ ନଗର ‘ସମର୍ଥ’ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ଯୋଡ଼ି ହେଲା ଆଉ ଏକ ସାଂଘାତିକ ଅଭିଯୋଗ । ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କ ବିରୋଧରେ ଜଣେ ଅନ୍ତେବାସିନୀ ବଳାତ୍କାର ଓ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ବୁଧବାର ଧନୁପାଲି ଥାନାରେ ଏତଲା ହୋଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନଭିନ୍‌ କରିଛି । ଅପରପକ୍ଷେ ଅନ୍ତେବାସୀ ନିର୍ଯାତନା ଘଟଣାରେ ଗିରଫଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ହରିଶର ପୁଅ ଶୁଭ୍ରଜିତ ଦାସ ଓ କେୟାରଟେକର ଶୁଭମ ବେହେରାକୁ ପୁଲିସ୍‌ ବାନ୍ଧିଛି । ଏହି ୨ ଜଣ ଅନ୍ତେବାସୀଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା । ଅନ୍ତେବାସୀଙ୍କ ବୟାନ ଆଧାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କହିଛି । ଗତ ମଙ୍ଗଳବାର ସମ୍ପାଦକ ହରିଶ ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନକୁ ଗିରଫ କରାଯାଇଥିଲା । ସେପଟେ ଗତ ବର୍ଷକ ମଧ୍ୟରେ ପ୍ରାଣ ହରାଇଥିବା ୬ ଜଣଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଖୋଳତାଡ଼ ଆରମ୍ଭ ହୋଇଛି । ବୁଧବାର ସକାଳେ ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଜିଲ୍ଲା ପ୍ରାଶାସନର ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଭଳି ଅତ୍ୟାଚାର ହେଉଥିଲା ତଦନ୍ତକାରୀଙ୍କୁ ସମସ୍ତ ଲୋମଟାଙ୍କୁରା କାହାଣୀ ବଖାଣିଥିଲେ ଅନ୍ତେବାସୀ । ଖାଇବାକୁ ନ ଦେଇ ବାଡ଼ି ଓ ଲାଠିରେ ନିର୍ଘାତ ପ୍ରହାର ହେଉଥିଲା । ସାମାନ୍ୟ ଅଭିଯୋଗ କଲେ ସମସ୍ତେ ମିଶି ଅକଥନୀୟ ନିର୍ଯାତନା ଦେଉଥିଲେ ବୋଲି ଖୋଲାଖୋଲି କହିଥିଲେ ଅନ୍ତେବାସୀ । ଏ ନେଇ ତଦନ୍ତ କରୁଥିବା ସମ୍ବଲପୁର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି, ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସଂସ୍ଥାକୁ ବ୍ଲାକଲିଷ୍ଟ୍‌ କରାଯିବା ପାଇଁ ସୁପାରିସ୍‌ ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦ କହିଛନ୍ତି, ଶନିବାର ସମସ୍ତ ଅନ୍ତେବାସୀଙ୍କୁ ବୈଜାମୁଣ୍ଡାକୁ ସ୍ଥାନାନ୍ତର କରାଯିବ । ପିପୁଲ୍‌ସ ଫୋରମ୍‌ ନାମକ ଏନ୍‌ଜିଓକୁ ଏହି ଦାୟିତ୍ୱ ଦିଆଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!