ନୟାଗଡ଼,(ବାଘୁଆବାର୍ତ୍ତା) : ଯୁବତୀଙ୍କୁ ପ୍ରେମ କରି ବିବାହ ପାଇଁ ଅରାଜି ହେବାରୁ ଜଣେ ଯୁବକ ଜେଲ ଯାଇଥିଲେ । ଜାମିନରେ ଆସିବା ପରେ ପୁଣି ଯୁବତୀଙ୍କ ଗର୍ଭବତୀ କରାଇ ଗିରଫ ହୋଇଥିବା ଜଣାଯାଇଛି । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି । ଗିରଫ ଯୁବକ ହେଲେ ଦଶପଲ୍ଲା ଥାନା ତଅଁଳାସାହିର ସନ୍ତୋଷ କୁମାର ବେହେରା । କିଛିମାସ ତଳେ ସନ୍ତୋଷ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ବିବାହ କରିବାକୁ ଅରାଜି ହୋଇଥିଲେ । ଯୁବତୀ ଏନେଇ ଥାନାରେ ଦ୍ୱାରସ୍ଥ ହେବାରୁ ସନ୍ତୋଷକୁ ପୁଲିସ ଗିରଫ କରିଥିଲା । ସେହି ସମୟରେ ସନ୍ତୋଷ ଜେଲ ଯାଇଥିଲେ । ଜାମିନରୁ ମୁକୁଳିବା ପରେ ପୁଣି ଯୁବତୀଙ୍କ ସହ ସନ୍ତୋଷ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରାଇଥିବା ଅଭିଯୋଗ ହୋଇଛି । ଯୁବତୀ ୪ ମାସର ଗର୍ଭବତୀ ଥିବା ନେଇ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରିବା ସହ ସନ୍ତୋଷକୁ ଗିରଫ କରିଥିବା ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





