ଟିଟିଲାଗଡ଼,(ବାଘୁଆବାର୍ତ୍ତା): ମେଡିକାଲ ପରିସରରେ ଲଜ୍ଜ୍ୟା ଘଟଣା । ‘ଆହାର’ କର୍ମଚାରୀଙ୍କ ଆହାର ଥୋପ ପାଇଁ ଜଣେ ଭିନ୍ନକ୍ଷମ ନାବାଳିକା ୪ମାସର ଗର୍ଭବତୀ ଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଭିନ୍ନକ୍ଷମ ନାବାଳିକାର ସାନ ଭାଇ କଥାବା ର୍ା କରିବାରେ ସମସ୍ୟା ହେଉଥିବା ଯୋଗୁଁ ଟିଟିଲାଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭ ିର୍ କରିଥିଲେ । ସାନଭାଇର ଦେଖାଶୁଣା କରିବା ପାଇଁ ଭିନ୍ନକ୍ଷମ ବଡ଼ ଭଉଣୀ ମେଡିକାଲରେ ଥିଲେ । ସେହି ସମୟରେ ମେଡିକାଲକୁ ଖାଦ୍ୟ ଯୋଗାଇ ଆସୁଥିବା ଆହାର କେନ୍ଦ୍ରର ଜଣେ ଯୁବକ, ଭିନ୍ନକ୍ଷମ ନାବାଳିକାକୁ ଟେକି ନେଇ ଶୌଚାଳୟ ଭିତରେ ଦୁଷ୍କର୍ମ କରିଥିଲା । ଘଟଣା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ୍ ଦେଇଥିଲା । ମେଡିକାଲର ଘରକୁ ଫେରିବା ପରେ ଭିନ୍ନକ୍ଷମ ନାବାଳିକା ଜଣକ ବାରମ୍ବାର ବାନ୍ତି କରିବା ଫଳରେ ପରିବାର ଲୋକ ଉକ୍ତ ନାବାଳିକା ଜଣକ ୪ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଭିନ୍ନକ୍ଷମ ନାବାଳିକାର ପରିବାର ଲୋକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିବା ସହ ଭିନ୍ନକ୍ଷମ ନାବାଳିକା ନ୍ୟାୟ ପାଇବା ପାଇଁ ପରିବାର ଲୋକ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।