ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୬ଷ୍ଠ ଶ୍ରେଣୀ ପଢ଼ୁଥିବା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣେ ନାବାଳକ ଏବଂ ସେ ନାବାଳିକାର ସଂମ୍ପର୍କୀୟ ଦାଦା ବୋଲି ଜଣାଯାଇଛି । ଓଡ଼ଗାଁ ପୁଲିସ ଉକ୍ତ ନାବାଳକ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ନାବାଳିକାର ବୟାନ ରେକର୍ଡ଼ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ସୁତ୍ରରୁ ଜଣାଯାଇଛି ।






