ଖଣ୍ଡପଡା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଧିନ କୁଞ୍ଜବିହାରୀପୁର ଗ୍ରାମର ଜନୈକା ମହିଳାଙ୍କ ଘରୁ ୪ଜଣ ଅସାମାଜିକ ବ୍ୟକ୍ତି ବଳପୂର୍ବକ ଘରେ ପ୍ରବେଶ କରି ଲୁଟପାଟ କରିବା ସହ ସଂପୃକ୍ତ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଖଣ୍ଡପଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ କୁଞ୍ଜବିହାରୀପୁର ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ରମେଶ କରଙ୍କ ଘରେ ରାତିରେ ପ୍ରବେଶ କରିଥିଲେ । ଘର ମଧ୍ୟରେ ରମେଶଙ୍କ ପତ୍ନୀଙ୍କୁ ଏକାକି ଦେଖି ଅସାମାଜିକ ବ୍ୟକ୍ତିମାନେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହେଉଛି । ତେବେ ମହିଳା ଜଣଙ୍କ ପାଟି କରିବାରୁ ଅସାମାଜିକ ବ୍ୟକ୍ତିମାନେ ତାଙ୍କୁ ଘେରିଯାଇ ଲୁଗାପଟା ଟଣା ଓଟରା କରିବା ସହ ନିସ୍ତୁକ ମାଡ଼ ମାରି ମହିଳାଙ୍କ ବେକରୁ ଏକ ସୁନାଚେନ ସମେତ ମୂଲ୍ୟବାନ ସାମଗ୍ରୀ ଲୁଟପାଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଉକ୍ତ ମହିଳାଙ୍କ ପୁଅ ଶରତ କୁମାର କର ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।






