ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିର ବୁଲି ଆସିଥିବା ଦୁଇ ପ୍ରେମୀ ଯୁଗଳଙ୍କୁ ଧମକ ଦେଇ ଜଙ୍ଗଲ ଭିତରେ ତିନି ଚାରି ଜଣ ଯୁବକ ଦୁଷ୍କର୍ମ କରି ଏହାର ଭିଡିଓ ଭାଇରାଲ କରିଛନ୍ତି। ଏନେଇ ଅଭିଯୋଗ ପରେ ଫତେଗଡ଼ ପୁଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଛି । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳର ଜଣେ ଯୁବତୀ କଟକ ଅଞ୍ଚଳର ତା ପ୍ରେମିକ ସହ ଗତ ରବିବାର ଫତେଗଡ ରାମ ମନ୍ଦିର ବୁଲି ଆସିଥିଲେ। ମନ୍ଦିର ବୁଲି ଫେରିବା ସମୟରେ ପିଠାଖାଇ ଜଙ୍ଗଲ ନିକଟରେ ସନ୍ଧ୍ୟା ସମୟରେ ଫତେଗଡ ଥାନା ଅଞ୍ଚଳର ତିନି ଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଉଠାଇ ନେଇ ପ୍ରେମିକକୁ ମାଡ ମାରି ପ୍ରେମିକାକୁ ଉଲଗ୍ନ କରି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ ମଧ୍ୟ କରିଥିଲେ। ଏନେଇ ଯୁବତୀ ଜଣଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ତିନି ଜଣ ଯୁବକଙ୍କୁ ଉଠାଇ ଆଣି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଫତେଗଡ଼ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।





