Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ଘରେ ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
December 20, 2024
in Crime, State
ବନ୍ଦ ଘରେ ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ
62
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ବନ୍ଦ ଘରେ ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ । ଦୁଇଦିନ ଯୌନ ଉତ୍ପୀଡ଼ନ ପରେ ଛାଡ଼ିଦେଲେ ତିନିଜଣ ଯୌନପିପାସୁ । ରାଉରକେଲାରେ ଘଟିଥିବା ଏଭଳି ଚାଞ୍ଚଲ୍ୟକର ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ପୀଡ଼ିତାଙ୍କୁ ଦୁଷ୍କର୍ମକାରୀମାନେ ବିର୍ସା ଛକରେ ଛାଡ଼ି ଚମ୍ପଟ୍‌ ମାରିଛନ୍ତି । ଘଟଣା ଥାନାରେ ପହଞ୍ଚିବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରଖିଛି । ପୁଲିସ୍‌ ସୂଚନା ଅନୁଯାୟୀ, ସମ୍ପୃକ୍ତ ୧୫ ବର୍ଷୀୟା ନାବାଳିକାଙ୍କ ଘର ଉଦିତ୍‌ନଗର ଥାନାଞ୍ଚଳରେ । ତାଙ୍କ ମା’ବାପା ଦିନ ମଜୁରିଆ । ଗରିବ ପରିବାରର ହୋଇଥିବାରୁ ନାବାଳିକା ଜଣକ ବିଭିନ୍ନ ସ୍ଥାନରେ ବୁଲି ଖାଇବା ଯୋଗାଡ଼ କରିଥାଆନ୍ତି । ଘଟଣା ଦିନ ଅର୍ଥାତ୍‌ ଗତ ୧୭ ତାରିଖରେ ସେ ଷ୍ଟେସନ ଅଞ୍ଚଳରେ ବୁଲାବୁଲି କରୁଥିବାବେଳେ ଦୁଇଜଣ ଯୁବକ ଆସି ତାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ । ଖାଇବାକୁ ଦେବାକୁ ପ୍ରଲୋଭିତ କରିଥିଲେ । ହେଲେ ସେମାନଙ୍କ ଉଦ୍ଦେଶ୍ୟ ଥିଲା ଅଲଗା । ନାବାଳିକାଙ୍କୁ ଜାଲରେ ଫସାଇ ଦୁଇ ଅଭିଯୁକ୍ତ ରାଉରକେଲାଠାରୁ ପ୍ରାୟ ୨୦ କିମି ଦୂରକୁ ନେଇଯାଇଥିଲେ । ଏକ ଝାଟିମାଟି ଘରେ ପଣବନ୍ଦୀ କରି ରଖିଥିଲେ । ଉକ୍ତ ଘରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ଏବଂ ଦୁଇ ଅଭିଯୁକ୍ତ ତାଙ୍କୁ ଦୁଇଦିନ ଧରି ପଣବନ୍ଦୀ ରଖି ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଘରକୁ ନ ଫେରିବାରୁ ମା’ ଖୋଜାଖୋଜି କରିଥିଲେ । ହେଲେ ପାଇ ନ ଥିଲେ । ଗୁରୁବାର ସକାଳେ ଜଣେ ଅଭିଯୁକ୍ତ ବାଇକ୍‌ରେ ଆଣି ନାବାଳିକାକୁ ବିର୍ସା ଛକରେ ଛାଡ଼ି ପଳାଇଥିଲେ । ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ପୀଡ଼ିତାଙ୍କୁ ଦେଖିଥିଲା ପୁଲିସ୍‌ । ପଚରାଉଚରା ପରେ ଘଟଣା ଜଣାପଡ଼ିଥିଲା । ପୁଲିସ୍‌ ପିସିଆର ଭ୍ୟାନ୍‌ରେ ତାଙ୍କୁ ଉଦିତନଗର ଥାନାକୁ ଆଣିଥିଲା । ସୂଚନା ପାଇ ତାଙ୍କ ମା’ ପହଞ୍ଚିଥିଲେ । ପୀଡ଼ିତାଙ୍କ ଏତଲା ପରେ ପୁଲିସ୍‌ ଦଫା ୭୦(୨) ବିଏନ୍‌ଏସ୍‌/ପୋକ୍‌ସୋ ଆକ୍ଟରେ ମାମଲା (ନଂ.୪୧୯/୨୪) ରୁଜୁ କରିଛି । ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଧରିବା ଲାଗି ପୁଲିସ୍‌ର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସନ୍ଦେହରେ କେତେଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ରାଉରକେଲାରେ ଗତ କିଛି ମାସ ମଧ୍ୟରେ ଏଭଳି ଏକାଧିକ ଲଜ୍ଜାଜକକ ଘଟଣା ଘଟିଲାଣି । ଯୌନପିପାସୁମାନେ ଅସହାୟ ନାବାଳିକାଙ୍କୁ ଟାର୍ଗେଟ କରି ଫସାଉଛନ୍ତି । ଇସ୍ପାତ ସହରକୁ ବଦନାମ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!