Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଗଣ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
July 11, 2024
in Crime, State
ମହିଳାଙ୍କୁ ଗଣ ଦୁଷ୍କର୍ମ
168
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ମହିଳାଙ୍କୁ ଗଣ ଦୁଷ୍କର୍ମ କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଲେ ଅଭିଯୁକ୍ତ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୁଲିସ l ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ଘର ବୁଗୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କୁ ଗଣ ଦୁଷ୍କର୍ମ କରାଯାଇ ଅଭିଯୁକ୍ତମାନେ ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ୪ରୁ ଲୋକ ନିଶାଶକ୍ତ ଅବସ୍ଥାରେ ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟ ପାହାଡ଼ ନିକଟକୁ ଟେକି ନେଇଥିଲେ। ପରେ ସେଠାରେ ଉକ୍ତ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏଥିହସହ ମହିଳାଙ୍କ ଯୌନାଙ୍ଗରେ ଅଭିଯୁକ୍ତମାନେ ମଦ ବୋତଲ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପୁଲିସ ମହିଳାଙ୍କୁ କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ବାବନପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏନେଇ ପୁଲିସର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗଞ୍ଜାଇ ବ୍ୟବସାୟକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!