ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନାବାଳିକାକୁ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଘଟଣା ସମ୍ନାକୁ ଆସିଛି । ୫ଜଣ ଯୁବକ ୧୫ବର୍ଷିଆ ନାବାଳିକାକୁ ୬ମାସ ଧରି ଯୌନ ନିର୍ଯ୍ୟାତନା ଦେଇଆସୁଥିଲେ । ସ୍ଥିତି ବିଗିଡା ପରେ ନାବାଳିକା ଜଣକ ପରିବାର ଲୋକଙ୍କୁ କହିଥିଲେ । ତା’ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଭଳି ଘଟଣା ଆସିଛି ତାମିଲନାଡୁର କୁଡ୍ଡାଲୋ ଅଞ୍ଚଳରୁ । ସୂଚନାନୁସାରେ, ତାମିଲନାଡ଼ୁ କୁଡ୍ଡାଲୋ ଅଞ୍ଚଳର ଜଣେ ୧୫ବର୍ଷିୟା ନାବାଳିକା ତାଙ୍କ ସଂପର୍କୀୟ ଘରେ ରହୁଥିଲେ । ଉକ୍ତ ଗାଁର କିଛି ଯୁବକ ନାବାଳିକା ବିଭିନ୍ନ ସମୟରେ ଧମକ ଦେଇ ଯୌନ ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ନେଇ ଅସହ୍ୟ ହୋଇ ପଡିଥିଲେ ପିଡିତା । ଧମକକୁ ଖାତିର୍ ନକରି ନାବାଳିକା ଜଣକ ପରିବାର ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲା । ଚେନ୍ନାଇରେ ରହୁଥିବା ପୀଡ଼ିତାଙ୍କ ବାପାଙ୍କୁ ଏ ବିଷୟରେ ଖବର ମଧ୍ୟ ସମ୍ପର୍କୀୟମାନେ ଦେଇଥିଲେ । ଶେଷରେ ପରିବାର ଲୋକ ପୁଲିସ୍ରେ ଅଭିଯୋଗ କରିବା ପରେ ପୂରା ଘଟଣା ଉପରକୁ ପରଦା ହଟିଛି । ପୁଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତୁରନ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଏବେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼ ଆରମ୍ଭ କରାଯାଇଛି ।






