Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାଙ୍କୁ ୧୩ ଜଣ କଲେ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
September 9, 2021
in Feature News
Mysore university authorities tightens the security after gang-rape of student in the campus
409
VIEWS
Share on FacebookShare on Twitter

ଚଣ୍ଡୀଗଡ,(ବାଘୁଆବାର୍ତ୍ତା): ହଜିଯାଉଛି ମାନିବକତା, ମଣିଷ ପାଲଟୁଛି ପଶୁଠାରୁ ବି ଆହୁରି ହିଂସ୍ର। ଯେତେ ବି ଆଇନ ଆସୁ ପଛେ ଦେଶରୁ କମୁନି ଦୁଷ୍କର୍ମ ମାମଲା। ଏଭଳି ଏକ ଛାତିଥରା ଦୁଷ୍କର୍ମ ମାମଲା ଚଣ୍ଡୀଗଡରୁ ଆସିଛି। ମୁମ୍ବାଇରୁ ଆସି ଚଣ୍ଡୀଗଡରେ ପହଁଞ୍ଚିଥିବା ବେଳେ ନାବାଳିକାକୁ ୧୩ ଜଣ ଲୋକ ବାରମ୍ବାର କରି କରିଛନ୍ତି ଦୁଷ୍କର୍ମ। ପୁରୁଷ ବନ୍ଧୁଙ୍କ କଥାରେ ପଡି ୧୪ ବର୍ଷର ଏହି ନାବାଳିକା ପୁନେରେ ନିଜର ବାପା-ମାଙ୍କୁ ଛାଡି ଚଣ୍ଡୀଗଡ ଆସିଥିଲେ। ନାବାଳିକା ସହିତ ଜଣେ ଯୁବକ ଥିଲା, ଯିଏକି ତା’ର ପୁରୁଷ ବନ୍ଧୁ ଥିଲେ। ଜିଆରପିକୁ ଦୁହିଁଙ୍କ ଉପରେ ସନ୍ଦେହ ହେବାକୁ ଚାଇଲ୍ଡ ହେଲପ ଲାଇନକୁ ଏ ବିଷୟରେ ସୂଚିତ କରାଯାଇଥିଲା। ଚାଇଲ୍ଡ ଲାଇନ୍‌ର ଡାଇରେକ୍ଟର ସଙ୍ଗୀତା ଜଡ ନାବାଳିକାକୁ ନିଜ ସହିତ ନେଇଯାଇଥିଲେ। ନାବାଳିକାଙ୍କୁ ଯେତେବେଳେ ପଚରାଯାଇଥିଲା ସେ କହିଥିଲେ, ପୁନେରେ ସେ ତାଙ୍କର ବାପା-ମାଙ୍କ ସହିତ ରହୁଥିଲେ। ମୁମ୍ବାଇରେ ତାଙ୍କର ଜଣେ ଯୁବକ ସହିତ ବନ୍ଧୁତ୍ବ ହୋଇଥିଲା। ବନ୍ଧୁତ୍ବରୁ ପରସ୍ପର ଭିତରେ ସୃଷ୍ଟି ହୋଇଥିଲା ଭଲପାଇବା। ଏହାପରେ ଦୁହେଁ ଘର ଛାଡିବାର ଯୋଜନା କରିଥିଲେ। ନିଜ ପୁରୁଷ ବନ୍ଧୁ ସହିତ ମୁମ୍ବାଇରୁ ଚଣ୍ଡୀଗଡ ଆସିବାର ଯୋଜନା କରିଥିଲେ। ତାଙ୍କର ସାଙ୍ଗ ମୁମ୍ବାଇ ରେଲଓ୍ବେ ଷ୍ଟେସନରେ ଦେଖା କରିବାକୁ କହିଥିଲେ। କିନ୍ତୁ ଯେତେବେଳେ ସେ ଷ୍ଟେସନ୍‌ରେ ପହଁଞ୍ଚିଥିଲେ, ତାଙ୍କର ସାଙ୍ଗ ମିଳିନଥିଲେ। ଏହାପରେ ଜଣେ ଅଟୋ ଚାଳକ ତାଙ୍କୁ କହିଥିଲେ ସେ ଷ୍ଟେସନ୍ ବାହାରକୁ ଚାଲିଯାଇଛନ୍ତି। ତାଙ୍କୁ ତାଙ୍କର ସାଙ୍ଗ ଡାକୁଛନ୍ତି। ଅଟୋ ଚାଳକ ତାଙ୍କୁ ବାହାରକୁ ନେଇକି ଆସିଥିଲେ ଓ ପାଣିରେ କିଛି ନିଶାଦ୍ରବ୍ୟ ଦେଇ ତାଙ୍କୁ ପିଆଇ ଦେଇଥିଲେ। ଏହାପରେ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ବାରମ୍ବାର କରି ତାଙ୍କୁ ୧୨ ଜଣ ଲୋକ ଦୁଷ୍କର୍ମ କରିଥିଳେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ମୁମ୍ବାଇ ରେଲଓ୍ବେ ଷ୍ଟେସନର ଟିକେଟ କାଉଣ୍ଟରେ ମୁତୟନ ଥିବା କର୍ମଚାରୀଙ୍କ ପାଖରେ ଛାଡିକି ଯାଇଥିଲେ। ନାବାଳିକାଙ୍କ ଅନୁସାରେ, ସେହି କର୍ମଚାରୀ ଜଣକ ମଧ୍ୟ ତାଙ୍କୁ ଛାଡି ନଥିଲେ। ସେ ତାଙ୍କୁ ଏକ ରୁମ୍ ଭିତରକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଚଣ୍ଡୀଗଡ ଯିବା ପାଇଁ ଟିକେଟ୍ ଦେଇଥିଲେ। ନାବଳିକା ଜଣକ ନିଜର ପୁରୁଷ ବନ୍ଧୁ ସହ ମଙ୍ଗଳବାର ଦିନ ଚଣ୍ଡୀଗଡରେ ପହଁଞ୍ଚିଥିଲେ। ସଙ୍ଗୀତା କହିଛନ୍ତି, ପ୍ରଥମେ ଲାଗିଥିଲା ନାବାଳିକା ଜଣକ ନିଜ ଘରୁ ଯୁବକ ସହ ପଳାଇ ଆସିଛନ୍ତି। କାଉନସେଲିଂ ପରେ ଜଣାପଡିଥିଲା ଯେ, ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି।ପୁନେ ପୋଲିସକୁ ମାମଲା ସମ୍ପର୍କରେ ସୂଚନା ଦିଆଯାଇଛି। ସେଠାରେ ନାବାଳିକାଙ୍କ ପରିବାର ଲୋକ ନିଖୋଜ ଥିବାର ମାମଲା ରୁଜୁ କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦେଖି ପୁନେ ପୋଲିସର ଏକ ଟିମ୍ ନାବାଳିକାଙ୍କୁ ଚଣ୍ଡୀଗଡରୁ ପୁନେ ନେଇକି ଯାଇଛନ୍ତି। ପୁନେ ପୋଲିସ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୮ ଜଣଙ୍କର ସନ୍ଧାନ ଜାରି ରହିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!