Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ଓ ବିଷ ଯୋଗୁଁ ହୋଇଛି ମୃତ୍ୟୁ, ୪ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
August 11, 2021
in Crime, NATIONAL NEWS
ଦୁଷ୍କର୍ମ ଓ ବିଷ ଯୋଗୁଁ ହୋଇଛି ମୃତ୍ୟୁ, ୪ ଅଭିଯୁକ୍ତ ଗିରଫ
134
VIEWS
Share on FacebookShare on Twitter

ସୋନିପତ, (ବାଘୁଆବାର୍ତ୍ତା): ହରିୟାଣା ସୋନିପତ ଜିଲ୍ଲାରେ ୪ ନୃଶଂସ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ମନ ଶାନ୍ତି ହେଲାନି ଯେ ତାଙ୍କୁ ବିଷ ପିଆଇ ହତ୍ୟା କରିଛନ୍ତି। କୁଣ୍ଡଳୀ ଥାନା ପ୍ରଭାରୀ ରବି କୁମାର କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ କହିବାନୁଯାୟୀ, ଅଭିଯୁକ୍ତମାନେ ପ୍ରବାସୀ ଶ୍ରମିକ। ସେମାନେ ଏହି ଯୁବତୀଙ୍କ ଘର ନିକଟରେ ଘର ଭଡା ନେଇ ରହୁଥିଲେ। ଏମାନଙ୍କ ବୟସ ୨୨ ରୁ ୨୫ ବର୍ଷ ମଧ୍ୟରେ। ପୀଡିତାଙ୍କ ବୟସ ୧୪ ଓ ୧୬ ବର୍ଷ ଥିଲା। ସେମାନେ ନିଜ ମା’ଙ୍କ ସହ ରହୁଥିଲେ। ତାଙ୍କ ମଧ୍ୟ ଦିନ ମଜୁରିଆ ଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖ ରାତିରେ ଅଭିଯୁକ୍ତମାନେ ଜୋର ଜବରଦସ୍ତ ପୀଡିତାଙ୍କ ଘରେ ପସିଯାଇଥିଲେ ଏବଂ ମହିଳାଙ୍କୁ ଧମକ ଦେଇଥିଲେ। ୪ଜଣ ଦୁଇ ନାବାଳିକା ଭଉଣୀଙ୍କ ସହ ଦୁଷ୍କର୍ମ କରିଥିଲେ ଓ ଜୋର ଜବରଦସ୍ତ କୀଟନାଶକ ପିଆଇ ଦେଇଥିଲେ। ନାବାଳିକାଙ୍କ ଅବସ୍ଥା ବିଗିଡ଼ିବାରୁ ଅଭିଯୁକ୍ତମାନେ ପୀଡିତାଙ୍କ ମା’ଙ୍କୁ କହିଥିଲେ ଯେ ସାପ କାମୁଡି ଦେବାରୁ ସେମାନଙ୍କ ଏହି ଅବସ୍ଥା ହେଇଚି ବୋଲି ସେ ପୋଲିସକୁ କହିବେ। ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ ଘୋଷିତ କରିଥିଲେ ଏବଂ ଆଉ ଜଣେ ଭଉଣୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ, ଭୟରେ ପୀଡିତାଙ୍କ ମା’ ପ୍ରଥମେ ଡାକ୍ତରଙ୍କୁ କହିଥିଲେ ଯେ ଝିଅମାନନ୍କୁ ସାପ କାମୁଡି ଦେଇଛି। କିନ୍ତୁ ପୋଲିସ ସନ୍ଦେହ କରିଥିଲା। ପଚରାଉଚୁରା ପରେ ସେ ସତ କଥା କହିଥିଲେ। ଶବ ବ୍ୟବଛେଦ ରିପୋର୍ଟରେ ଦୁଷ୍କର୍ମ ଓ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମଙ୍ଗଳବାର ଦିନ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!