Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ କାର ଭିତରକୁ ନେଇ ଗଣ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
August 11, 2021
in Crime, State
ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ କାର ଭିତରକୁ ନେଇ ଗଣ ଦୁଷ୍କର୍ମ
428
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ପୁଣି ଲଜ୍ଜା ! ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍ମର୍କ କଲେ ବଦମାସ। ବାଇକ୍‌ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇଥିଲେ ୪ ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି ନେଇ ଫେରାର ହୋଇଥିଲା। ପରେ ବାକି ୩ ଜଣ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁଲହାଣ କରିବା ସହ ମହିଳାଙ୍କୁ କାର ଭିତରକୁ ନେଇଯାଇଥିଲେ। ଗୋଟିଏ ପଟେ କ୍ଷତାକ୍ତ ହୋଇ ସ୍ବାମୀ ଚିତ୍କାର କରିବା ସହ ବିରୋଧ କରୁଥିଲେ କିନ୍ତୁ ମଣିଷ ରୂପି ରାକ୍ଷସମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅତ୍ୟନ୍ତ ଲଜ୍ଜାକର ଘଟଣା ରାଜସ୍ଥାନର ବାଡମେରରେ ଘଟିଛି। ଏହି ଦମ୍ପତି ବାଇକ୍‌ ଯୋଗେ ସରନୁ ହୋଇ ବାଡମେର ଯାଉଥିଲେ। ସରନୁ ଟୋଲ ଗେଟ୍‌ ପାର ହେବା ମାତ୍ରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ୩ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ସ୍ବାମୀ-ସ୍ତ୍ରୀଙ୍କୁ ଜବରଦସ୍ତି କାରରେ ବସାଇ ଏକ ଶୂନଶାନ୍‌ ସ୍ଥାନକୁ ନେଇଯାଇଥିଲେ। ଏହା ପରେ ତିନି ଜଣ ସ୍ବାମୀ ସାମ୍ନା‌ରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ସେମାନଙ୍କୁ ଛାଡ଼ିଦେବାକୁ ଦମ୍ପତି ବହୁ ନେହୁରା ହୋଇଥିଲେ କିନ୍ତୁ ବଦମାସଙ୍କ ମନରେ ଟିକେ ହେଲେ ବି ଦୟା ହୋଇନଥିଲା। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ପୋଲିସର କହିବା ଅନୁସାରେ, ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ଦମ୍ପତିଙ୍କୁ କାରରେ ଆଣି ସେହି ଟୋଲ୍‌ ଗେଟ୍‌ ନିକଟରେ ଛାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ। ସେମାନଙ୍କୁ ଗରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକେ। ଗଣଦୁଷ୍କର୍ମ ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଜଣାପଡ଼ିଛି। ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!