Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ନେଇଥିଲା ଯୁବକ, ଭଡ଼ା ଘରେ କଲା ବଳପୂର୍ବକ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
August 10, 2021
in Crime, State
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ନେଇଥିଲା ଯୁବକ, ଭଡ଼ା ଘରେ କଲା ବଳପୂର୍ବକ ଦୁଷ୍କର୍ମ
515
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଘରକୁ ଆସିଲେ । ବିବାହ ପ୍ରତିଶ୍ରୁତି ଦେଇ ନେଇଗଲେ । ପରେ ପରିବାର ଲୋକେ ସେଠାରୁ ଚାଲିଗଲେ । ମହିଳାଙ୍କୁ କୋଭିଡ୍‌ ଆଳ ଦେଖାଇ ଦୁଷ୍କର୍ମ କଲା ଯୁବକ । ଶେଷରେ ମହିଳାଙ୍କୁ ଘରେ ଏକା ଛାଡ଼ି ଦେଇ ଯୁବକ ଫେରାର୍‌ ହୋଇଗଲା । ଏବେ ସେ ବିବାହିତ ବୋଲି ଜାଣିବା ପରେ ମହିଳା ଘରକୁ ଗଲେ । ଶେଷରେ ନିରୂପାୟ ହୋଇ ଯୁବତୀଜଣଙ୍କ ଥାନାର ଦ୍ୱାରସ୍ଥ ହେଲେ। ଏଭଳି ଏକ ଘଟଣା ଘଟିଛି ଗୋବିନ୍ଦପୁର ଥାନା ଅଞ୍ଚଳରେ। ଏନେଇ ଗୋବିନ୍ଦପୁର ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ କରୁଛି । ଅଭିଯୋଗ ଅନୁସାରେ, ଗତ ଜାନୁଆରି ମାସରେ ଯୁବତୀ ଜଣଙ୍କ ତାଙ୍କ ଘରେ ଥିବା ବେଳେ ପରିଚିତ ଠେଲକୋଲୋଇ ଥାନା ଅଞ୍ଚଳର ଜଣେ ଯୁବକ, ତାଙ୍କ ଭିଣୋଇଙ୍କ ସମ୍ପର୍କୀୟ ସେଠାକୁ ଆସିଥିଲେ ।ଯୁବତୀଙ୍କୁ ଉକ୍ତ ଯୁବକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉଭୟ ପକ୍ଷର ସହମତି ପରେ ବିବାହ ସ୍ଥିର ହୋଇଥିଲା । ଏହାପରେ ସେମାନେ ଯୁବତୀଙ୍କୁ ନେଇ ଝାରସୁଗୁଡ଼ା ଜିଲ୍ଲା ମଝାପତ୍ରାକୁ ନେଇ ଯାଇଥିଲେ । କିନ୍ତୁ ଉଭୟଙ୍କର ବିବାହ କରିନଥିଲେ । ଲକ୍‌ଡାଉନ୍‌ ଥିବାରୁ ବିବାହ କରିବା ସମ୍ଭବ ହେଉନଥିବା କହିଥିଲେ । ଯୁବକଙ୍କ ସହ ଯୁବତୀ ଗୋଟିଏ ରୁମ୍‌ରେ ରହୁଥିଲେ ହେଁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ । କିନ୍ତୁ ଯୁବକଜଣଙ୍କ ବଳପୂର୍ବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ଲୋକଲଜ୍ଜା ଦେଖି ଘଟଣା ସମ୍ପର୍କରେ କାହାକୁ କିଛି କହିପାରିନଥିଲେ । ଶେଷରେ ଯୁବକର ନିର୍ୟାତନା ଆରମ୍ଭ ହେଲା । ମାରପିଟ୍‌ କରିବା ସହ ଠିକ୍‌ରେ ଖାଦ୍ୟ ବି ଦେଉନଥିଲେ । ନିର୍ୟାତନା ଅସହ୍ୟ ହେବାରୁ ଯୁବତୀଜଣଙ୍କ ସେଠାରୁ ତାଙ୍କ ବାପ ଘରକୁ ଫେରି ଯାଇଥିଲେ । ଫୋନ୍‌ରେ ଉଭୟେ କଥାବାର୍ତ୍ତା ବି ହେଉଥିଲେ । କିନ୍ତୁ ଏବେ ଯୁବକଜଣଙ୍କ ବିବାହିତ ବୋଲି ଜଣାପଡ଼ିବା ପରେ ଯୁବତୀଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!