Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତେଲ ଘଷିବା ନାଁରେ ନାବାଳିକାକୁ ଦୁଷ୍କର୍ମକରି ଅନ୍ତସତ୍ତ୍ୱା କରାଇ ବୃଦ୍ଧ ଫେରାର

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ତେଲ ଘଷିବା ନାଁରେ ନାବାଳିକାକୁ ଦୁଷ୍କର୍ମକରି ଅନ୍ତସତ୍ତ୍ୱା କରାଇ ବୃଦ୍ଧ ଫେରାର
329
VIEWS
Share on FacebookShare on Twitter

ତିହିଡି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମକରି ଅନ୍ତସତ୍ତ୍ୱା କରାଇ ବୃଦ୍ଧ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଏସମ୍ପର୍କରେ ୨୮୫/୨୧ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବା ସମୟରେ ସେହି ଗ୍ରାମର ମାୟାଧର ଦାସ (୬୨) ନାମକ ଜଣେ ବୃଦ୍ଧ ୫ ମାସ ତଳେ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଜ୍ୱର ହେଇଛି ଗୋଡ଼ ହାତରେ ତେଲ ମାରି ଘଷି ଦେବାକୁ କହିଥିଲେ । ନାବାଳିକା ବାରମ୍ବାର ମନା କରିଥିଲେ ମଧ୍ୟ ବୃଦ୍ଧ ମାୟାଧର ତେଲ ମାରି ଘଷି ଦେବାକୁ ବାଧ୍ୟ କରିଥିଲେ । ନାବାଳିକା ବୃଦ୍ଧ ମାୟାଧରର ଗୋଡଘଷି ଦେଉଥିବା ବେଳେ ନାବାଳିକାକୁ ମାୟାଧର ଖରାପକଥା କହି ଦୁଷ୍କର୍ମ କରିସାରି ଶହେ ଟଙ୍କା ଦେଇଥିଲେ । ନାବାଳିକା ଶହେ ଟଙ୍କା ନେବାକୁ ମନା କରିବା ପରେ ଏକଥା କାହା ପାଖରେ ନକହିବାକୁ ମନା କରିଥିଲେ । ଧରାପଡିଲେ ପୁଅନାଁ କହିବୁ ବୋଲି ମାୟାଧର ନାବାଳିକାଙ୍କୁ କହିଥିଲେ । ପରେ ମାୟାଧର ଶିଖାଇ ନାବାଳିକାକୁ ୮ ଥର ଦୁଷ୍କର୍ମ କରି କାହାକୁ ନକହିବାକୁ ମନା କରିଥଲେ । ଯଦି କାହାପାଖରେ କହୁ ତାହାଲେ ନାବାଳିକା ସହ ତା ବାପା ମାଆଙ୍କୁ ହାଣି ଜୀବନରୁ ମାରିଦେବାକୁ ମାୟାଧର ଧମକ ଦେଇଥିଲେ । ଏହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ନାବାଳିକା ଏତଲାରେ ନିବେଦନ କରିଛନ୍ତି । ଏସମ୍ପର୍କରେ ଆଇଆଇସି ତପନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତଦନ୍ତ ପରେ ଅଭିଯୁକ୍ତ ମାୟାଧରକୁ ଖୁବଶୀଘ୍ର ଗିରଫ କରାଯିବ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!