ବାରଙ୍ଗ, (ବାଘୁଆବାର୍ତ୍ତା): ବାରଙ୍ଗ ଥାନା ମୁଣ୍ଡଳି ପଞ୍ଚାୟାତ ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣଙ୍କୁ ବାରଙ୍ଗ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ପୀଡ଼ିତାଙ୍କ ଗ୍ରାମର କାନ୍ଦୁରା ପୁର୍ତ୍ତି (୪୦ ବର୍ଷ) । ପୀଡ଼ିତା ସାବିତ୍ରୀ (ଛଦ୍ମନାମ) ଙ୍କ ସ୍ୱାମୀ ହେଉଛନ୍ତି ଅଭିଯୁକ୍ତଙ୍କ ବନ୍ଧୁ । ସେ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । କାନ୍ଦୁରା ପୀଡ଼ିତାଙ୍କ ସହ ତାଙ୍କ ସ୍ୱାମୀଙ୍କୁ ୧୫ ତାରିଖ ଦିନ ଜଣେ ବୈଦ୍ୟଙ୍କ ପାଖକୁ ନେଇଯାଇଥିଲେ । ଫେରିବା ସମୟରେ ସ୍ୱାମୀଙ୍କୁ ଆଉ ଜଣକ ସାଙ୍ଗରେ ଘରକୁ ପଠାଇଦେଲେ । ଜଙ୍ଗଲିଆ ରାସ୍ତାରେ ଫେରୁଥିବାବେଳେ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ବୁଦା ପଛକୁ ଟାଣି ନେଇ ବଳାତ୍କାର କରି ଫେରାର ହୋଇଯାଇଥିଲେ । ଏନେଇ ପୀଡ଼ିତା ପ୍ରଥମେ ଗ୍ରାମରେ ମୁରବିଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଅଭିଯୁକ୍ତ ଫେରାର ଥିବାରୁ କିଛି କାର୍ୟ୍ୟାନୁଷ୍ଠାନ ହୋଇପାରିନଥିଲା । ତେବେ ୩ଦିନ ପରେ ଅଭିଯୁକ୍ତ ଗ୍ରାମକୁ ଆସିଥିଲେ । ଗ୍ରାମ ମୁରବିଙ୍କ ପରାମର୍ଶକ୍ରମେ ପୀଡ଼ିତା ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୁକ୍ତକୁ ତାଙ୍କ ଗ୍ରାମରୁ ଗିରଫ କରିଥିଲା।





