Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହିତ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
July 13, 2021
in Crime, NATIONAL NEWS
ବିବାହିତ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ
214
VIEWS
Share on FacebookShare on Twitter

ଗୁରୁଗ୍ରାମ, (ବାଘୁଆବାର୍ତ୍ତା): ମହିଳାଙ୍କୁ ଗଣଦୁଷ୍କର୍ମ । ଜଣେ ବିବାହିତା ମହିଳାଙ୍କୁ ଅପହରଣ କରି ନେଇ ୯ଦିନ ଧରି ୪ଜଣ ଲୋକ କରିଛନ୍ତି ନୃଶଂସକାଣ୍ଡ । ଫରିଦାବାଦ, ବଲ୍ଲଭଗଡ଼ରେ ଉକ୍ତ ଘଟଣାଟି ସାମନାକୁ ଆସିଛି। ପୁଲିସ୍‌ ସୋମବାର ଦିନ କହିଛି ଦୋଷୀଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇ ପାରି ନାହିଁ । ଦୁଷ୍କର୍ମକାରୀମାନେ ୯ଦିନ ପରେ ମହିଳାଙ୍କୁ ଛାଡ଼ି ଦେଇଥିଲେ । ଏହାପରେ ସେ ନିଜ ପରିବାର ସଦସ୍ୟଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପୀଡ଼ିତା ମହିଳା ୧୦ଜୁଲାଇରେ ପୁଲିସ୍‌ରେ ଏତଲା ଦେଇଥିଲେ । ସେ ନିଜର ଅଭିଯୋଗରେ କହିଥିଲେ କି ତାଙ୍କ ଗାଁର ଚିଣ୍ଟୁ ନାମକ ଜଣେ ଯୁବକ ତାଙ୍କୁ ୩୦ଜୁନ୍‌ରେ ତାଙ୍କ ଗାଁ ସ୍ଥିତ ଏକ ମନ୍ଦିର ପାଖରେ ଭେଟିବାକୁ କହିଥିଲା । ଯେବେ ମହିଳା ସେଠାରେ ପହଞ୍ଚିଲେ ଚିଣ୍ଟୁ ସେଠାରେ ଥିଲା । ଏହାପରେ ନ ନାମକ ଅନ୍ୟ ଜଣେ ଯୁବକ କାର୍‌ରେ ଆସି ସେଠାରେ ପହଞ୍ଚିଥିଲା , ମହିଳାଙ୍କୁ ସେମାନେ ବଳପୂର୍ବକ ଫରିଦାବାଦ ନେଇଗଲେ। ଏହି ସମୟରେ ମହିଳା ଜଣକ ତାଙ୍କୁ ପାଣି ପିଇବାକୁ ମାଗିଥିଲେ । ସେମାନେ ତାଙ୍କୁ ନିଶା ଜିନିଷ ମିଶା ପାଣି ପିଆଇ ଦେଇଥିଲେ ଏବଂ ସେ ବେହୋସ ହୋଇ ଯାଇଥିଲେ । ଯେବେ ତାଙ୍କର ହୋସ୍‌ ଆସିଲା, ସେ ନିଜକୁ ଏକ ରୁମ୍‌ରେ ବନ୍ଦୀ ଭାବେ ଥିବାର ପାଇଲେ ବୋଲି ପୁଲିସ୍‌କୁ ପୀଡ଼ିତା କହିଛନ୍ତି। ମଦ ନିଶାରେ ବାପା ସାଜିଲେ ସଇତାନ । ୬ବର୍ଷର ନିରୀହ ଝିଅକୁ ପିଟୁ ଥିଲେ, ଭିଡ଼ିଓ ସାମନାକୁ ଆସିବା ପରେ ପୁଲିସ୍‌ର କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା । ଏହାପରେ ରାତିରେ ଆଉ ଦୁଇଜଣ କୁଳଦୀପ ଓ ଦୀପକ ନାମକ ଯୁବକ ରୁମ୍‌କୁ ଆସିଲେ । ସମସ୍ତେ ମିଶି ଜଣକ ପରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନିଶା ଇଞ୍ଜେକ୍ସନ ଦେଇ ୯ଦିନ ଯାଏ ଏମିତି ସଏହି ୪ ଜଣ ରାକ୍ଷସ ବିବାହିତ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ । ଏହି କାହାଣୀ ଏତିକିରେ ସରିନଥିଲା । ସେମାନେ ଏହାର ଏକ ଆପତ୍ତିଜନକ ଭିଡ଼ିଓ କି କରିଥିଲେ ଏବଂ କାହାକୁ କହିଲେ ଏହାର ପରିଣାମ ଭୟଙ୍କର ହେବ କହି ଧମକ ଦେଇଥିଲେ । ମହିଳାଙ୍କୁ ୯ଦିନ ଧରି ଗଣଦୁଷ୍କର୍ମ କରିବା ପରେ ୮ଜୁଲାଇରେ ବଲ୍ଲଭଗଡ଼ ବସ୍‌ ଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ , ଯେଉଁଠାରୁ ସେ ନିଜର ପରିବାର ସଦସ୍ୟକୁ ଡାକିଥିଲେ । ଏହାପରେ ସେ ଥାନାକୁ ଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!