Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଅପହରଣ ପରେ ୧୦ଦିନ ଧରି ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
July 6, 2021
in Crime
ଚଉଠି ରାତିରେ ଦିଅର
510
VIEWS
Share on FacebookShare on Twitter

ଜୟପୁର, (ବାଘୁଆବାର୍ତ୍ତା): ମହିଳାଙ୍କୁ ନିଶା ଦେଇ ଅପହରଣ ପରେ ଦୀର୍ଘ ୧୦ଦିନ ଧରି ଦୁଷ୍କର୍ମ କରିଥିଲେ । ଜ୍ଜ୍ୱର ହୋଇଥିବାରୁ ପ୍ରାଥମିକ ଚିକିତ୍ସ ଏବଂ ଔଷଧ ପାଇଁ ମେଡିସିନ୍ ଷ୍ଟୋରକୁ ଯାଇଥିବା ଜଣେ ମହିଳାଙ୍କୁ ନିଶା ଇଞ୍ଜେକସନ୍ ଦେଇ ଅପହରଣ କରିବା ସହ ୧୦ଦିନ ଏକ ଅଜ୍ଞାତ ସ୍ଥାନରେ ରଖି ଦୁଷ୍କର୍ମ କରାଯାଇଥିବା ନେଇ ସୂଚନା ମିଳିଛି । ଏଭଳି ଘଟଣା ଡେରାଡୁନରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଜଣକ ପୀଡିତା ମହିଳାଙ୍କୁ ଅଜ୍ଞାତ ସ୍ଥାନରେ ରଖି ହାଇ ଡୋଜ୍ ଇଞ୍ଜେକସନ୍ ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲା । ପରିସ୍ଥିତି ଏପରି ହେଲା ଯେ, ହାଇ ଡୋଜ୍ ଇଞ୍ଜେକସନ୍ ବାରମ୍ବାର ଦେବା ଫଳରେ ମହିଳା ଜଣକ ଦୃଷ୍ଟି ଶକ୍ତି ହରାଇଥିଲେ । ପୁଲିସ୍ କହିବା ମୁତାବକ, ଅଭିଯୁକ୍ତ ବଦ୍ରିଦାସ ବୈଷ୍ଣବକୁ ଡେରାଡୁନରୁ ଗିରଫ କରାଯାଇ ରାଜସ୍ଥାନ ଅଣାଯାଇଛି । ପୀଡିତାଙ୍କ ମା’ ଙ୍କ କହିବା ଅନୁଯାୟୀ, ଘଟଣାଟି ଜୁନ ୧୮ ତାରିଖରେ ଘଟିଥିଲା । ବଜାରରୁ ପରିବା କିଣିବା ପରେ ଜ୍ବର ହୋଇଥିବାରୁ ଝିଅ ପରୀକ୍ଷା କରାଇବାକୁ ସ୍ଥାନୀୟ ଏକ ମେଡିସିନ ଷ୍ଟୋରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ଔଷଧ ଦୋକାନୀ ତାଙ୍କୁ ଇଞ୍ଜେକସନ ଦେଇଥିଲା । ମହିଳା ଜଣକ ଅଚେତ ହୋଇଯିବା ପରେ ଅଭିଯୁକ୍ତ ତାର କାରରେ ତାଙ୍କୁ ଡେରାଡୁନ ନେଇଯାଇଥିଲା । ସେଠାରେ ଏକ ଅଜ୍ଞାତ ସ୍ଥାନରେ ରଖି ୧୦ ଦିନ ଯାଏଁ ଦୁଷ୍କର୍ମ କରିଥିଲା । ସେଠାରେ ମହିଳାଙ୍କୁ ସେ ହାଇ ଡୋଜ୍ ଇଞ୍ଜେକସନ୍ ମଧ୍ୟ ଦେଉଥିଲା । ଯାହା ଫଳରେ ପୀଡିତା ମହିଳା ଦୃଷ୍ଟି ଶକ୍ତି ହରାଇଥିଲେ । ପୀଡିତାଙ୍କ ମା’ ଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଟିମ ଗଠନ କରି ଡେରାଡୁନ ଯାଇଥିଲା । ସେଠାରୁ ଅଭିଯୁକ୍ତକୁ ଧରିବା ସହିତ ପୀଡିତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହାପରେ ଅଭିଯୁକ୍ତକୁ ଗତ ସୋମବାର ଦିନ ପାଲି ଥାନାକୁ ଅଣାଯାଇଥିଲା । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!