Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୋରପିଓ ଗାଡିରେ ଉଠାଇ ନେଲେ ବିଧବାଙ୍କୁ, ତିନି ଜଣ କଲେ ଗଣ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
June 7, 2021
in Crime, State
ପ୍ରେମିକ ସହିତ ୨୮ ଜଣ କଲେ ଗଣ ଦୁଷ୍କର୍ମ, ଫେସବୁକ ବନ୍ଧୁ କାଳ ହେଲା
434
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): ଏକ ସ୍କୋରପିଓ ଗାଡ଼ିରେ ଜଣେ ନାବାଳକ ସମେତ ତିନି ଜଣ ମିଶି ଜଣେ ବିଧବା ପରିବା ଦୋକାନୀଙ୍କୁ ଜୋର ଜବରଦସ୍ତି ଉଠେଇ ନେଲେ । ଏହାପରେ ତାଙ୍କୁ ଗଣଦୁଷ୍କର୍ମ କଲେ । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାରରେ ବଡ଼ବିଲ ପୋଲିସ ଉକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାଯାଇଛି। ଗୁରୁବାର ପୀଡିତା ଜଣକ, ସୁନ୍ଦରଗଡ଼ ଜିଲ୍ଲା, କୋଇଡା ହାଟରୁ ପରିବା ବିକ୍ରିକରି ବଡ଼ବିଲ ଫେରିବା ସମୟରେ, ବଡ଼ବିଲ ଗୁରୁଦ୍ୱାରା ଛକ ରୁ ଏକ ସ୍କୋରପିଓ ଗାଡ଼ିରେ ଉକ୍ତ ମହିଳାଙ୍କୁ ଅପହରଣ କରି ନିଆଯାଇଥିଲା। ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଉକ୍ତ କାଜୁ ଜଙ୍ଗଲରେ ପୀଡ଼ିତାଙ୍କୁ ଉକ୍ତ ୩ ଦୁଷ୍କର୍ମକାରି ଏକାଧିକବାର ଦୁଷ୍କର୍ମକରିଥିଲେ। କୌଶଳ କ୍ରମେ ପୀଡିତା ଜଣକ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଚାଲିଆସିଥିଲା ଏବଂ ଶନିବାର ଦିନ ଥାନାକୁ ଯାଇ ଅଭିଯୋଗ କରିବାସହ ଗତ ଦୁଇଦିନ ଧରି କାଜୁ ଜଙ୍ଗଲରେ ହୋଇଥିବା ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ।ବଡ଼ବିଲ ପୋଲିସ ପୀଡିତା ର ଡାକ୍ତରୀ ମଇନା କରାଇ ତାକୁ ଘରେ ଛାଡ଼ି ଦେଇଥିଲେ। ହେଲେ ପରବର୍ତୀ ସମୟରେ ପୀଡିତା ର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପୋଲିସ ଜଣେ ମହିଳା ପୋଲିସଙ୍କ ତତ୍ୱବାଧାନରେ ଶନିବାର ରାତି ଥାନା ପରିସରରେ ଏକ ଘରେ ସୁରକ୍ଷିତ ଭାବେ ରଖିଥିବା ପୀଡିତା ଜଣକ ପ୍ରକାଶ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଆଜି ପୋଲିସ ଉକ୍ତ ନାବାଳକ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅକ୍ଷୟ ଓଝା ଓ ରିସୀ ତରୁଆକୁ ଗିରଫକରିଛି। ଦୁଷ୍କର୍ମ କରିବାପରେ ପୀଡ଼ିତକୁ ଧମକ ଚମକ ଦେବସହ, ଏନେଇ ପୋଲିସ କିମ୍ବା ଅନ୍ୟ କାହାନିକଟରେ ପ୍ରକାଶ କଲେ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଦୁଷ୍କର୍ମପରେ ପୀଡିତା ନିକଟରୁ ୧୩ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ପୀଡିତା ଅଭିଯୋଗ ଫର୍ଦ୍ଦ ରେ ଦର୍ଶାଇଛନ୍ତି। ତେବେ ଆଜି ଗିରଫ ୩ ଦୁଷ୍କର୍ମକାରୀଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!