ଭୁବନେଶ୍ୱର (ବାଘୁଆବାର୍ତ୍ତା): ମହିଳା ଗାଧୋଉଥିବା ବେଳେ ତାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ସୁଟ କଲେ । ଆଉ ଏହି ଅଶ୍ଳୀଳ ଫଟୋଙ୍କୁ ଭାଇରାଲ କରିବାର ଭୟ ଦେଖାଇ ଦୁଇ ଜଣ ଯୁବକ ଥରେ କି ଦୁଇ ଥର ନୁହଁ, ମହିଳାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରି ଆସୁଥିଲେ । ରାସୋଳ ଥାନା ଇଲାକା ଜରଡା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟିଛି । ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଖୋଳତାଡ ଆରମ୍ଭ କରିଛି । ଦୁଇବର୍ଷ ହେଲା ମହିଳାଙ୍କୁ ବ୍ଳାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ ଦୁଇ କାମାନ୍ଧ ଯୁବକ । ମହିଳା ଗ୍ରାମର ପୋଖରୀରେ ଗାଧୋଉଥିବା ବେଳେ ଗ୍ରାମର କାହ୍ନୁ ପାଣିଗ୍ରାହୀ ଓ ନିକଟସ୍ଥ ଚିତ୍ତଳପୁର ଗ୍ରାମର ସୋମ୍ୟରଞ୍ଜନ ତାଙ୍କ ଉଲଗ୍ନ ଫଟୋ ଉଠାଇଥିଲେ । ପରବର୍ତ୍ତ ସମୟରେ ସେହି ଫଟୋ ଦେଖାଇ ମହିଳାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ ବୋଲି ମହିଳା ଏତଲାରେ ଦର୍ଶାଇଛନ୍ତି । ମହିଳା ଘର ପାଖ ବିଲକୁ ଶୌଚ ପାଇଁ ଯାଇଥିଲେ । ମହିଳାଙ୍କୁ ଏକୁଟିଆ ପାଇ ସେହି ୨ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟରେ ଜଣେ ଛେଳି ଚରାଳି ଦେଖି ପାଟି କରିବାରୁ ଯୁବକମାନେ ସ୍ଥାନ ଛାଡି ପଳାଇ ଯାଇଥିଲେ । ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବାରୁ ଉକ୍ତ ମହିଳା ଘଟଣା ବିଷୟରେ ନିଜ ସ୍ୱାମୀକୁ କହିଥିଲେ । ସେପଟେ ଦୁଇ ଯୁବକ ମହିଳାଙ୍କ ଘରକୁ ଆସି ଧମକଚମକ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେବାସହ ତାଙ୍କୁ ଏକ ପଥରରେ ଆକ୍ରମଣ କରିଥିଲେ । ମହିଳାଙ୍କ ସ୍ୱାମୀ ଆସିବା ପରେ ମହିଳା ନିଜ ସ୍ୱାମୀଙ୍କୁ ସବୁ କହିବା ସହ ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ମହିଳାଙ୍କ ଜୀବନ ପ୍ରତି ବିପଦ ଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସର ତଦନ୍ତ ଜାରି ରହିଛି ।






