Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ସହିତ ୨୮ ଜଣ କଲେ ଗଣ ଦୁଷ୍କର୍ମ, ଫେସବୁକ ବନ୍ଧୁ କାଳ ହେଲା

by ସଞ୍ଜୟ ସ୍ୱାଇଁ
May 14, 2021
in Crime, NATIONAL NEWS
ପ୍ରେମିକ ସହିତ ୨୮ ଜଣ କଲେ ଗଣ ଦୁଷ୍କର୍ମ, ଫେସବୁକ ବନ୍ଧୁ କାଳ ହେଲା
1.1k
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଫେସବୁକରେ ଆରମ୍ଭ ହୋଇଥିଲା ଦୋସ୍ତି । ଧୀରେ ଧୀରେ ନିବିଡ ହେଲା ସମ୍ପର୍କ ଆଉ ଗଢ଼ି ଉଠିଥିଲା ପ୍ରେମ । ହେଲେ କିଏ ଜାଣିଥିଲା ଦିନେ ସଂସାର କରିବାକୁ କଥା ଦେଇଥିବା ପ୍ରେମିକ ପାଲଟିବ ପିଶାଚ । ବିବାହ ପ୍ରଲୋଭନ ଦେଖାଇ ନିଜ ଗାଁକୁ ଡାକି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୨୮ ଜଣ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଜଣେ ଯୁବତୀଙ୍କ ସହ । ଦିଲ୍ଲୀର ଜଣେ ଯୁବତୀଙ୍କ ସହ ଫେସବୁକରେ ହସନପୁର ଥାନା ଅଞ୍ଚଳର ରାମଗଢ଼ ନିବାସୀ ସାଗରଙ୍କ ଦୋସ୍ତି ହୋଇଥିଲା । ଏହାପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସାଗର ଯୁବତୀଙ୍କୁ ତାଙ୍କ ପରିବାର ସହ ଦେଖା କରାଇବାକୁ ନିଜ ଗାଁକୁ ଡାକିଥିଲେ । ହେଲେ ପ୍ରେମିକାକୁ ଗାଁକୁ ଡାକି ଷଡଯନ୍ତ୍ର ରଚିଥିଲା ପିଶାଚ ପ୍ରେମିକ । ଯୁବତୀ ଜଣଙ୍କ ହୋଡଲ ଗ୍ରାମରେ ପହଞ୍ଚିଥିଲେ । ହେଲେ ଘର ଲୋକଙ୍କୁ ଦେଖା କରାଇବା ବଦଳରେ ଗାଁ ନିକଟରେ ଥିବା ଜଙ୍ଗଲ ଭିତରକୁ ଡାକି ନେଇଥିଲା । ସେଠାରେ ସାଗର ଭାଇ ସମେତ ୨୨ ଜଣ ଲୋକ ଯୁବତୀଙ୍କ ସହ ସାମୂହିକ ଗଣଦୁଷ୍କର୍ମ କରିଛନ୍ତି । ଏହା ପର ଦିନ ପୁଣି ଥରେ ଯୁବତୀଙ୍କୁ ସାଗରର ଆଉ ୬ ଜଣ ବନ୍ଧୁ ଦୁଷ୍କର୍ମ କରିଥିଲେ । ଏହାପରେ ଯୁବତୀଙ୍କୁ ସାଗର ତାର ତିନି ଜଣ ବନ୍ଧୁଙ୍କ ସହ ମିଶି ଏକ ଗାଡିରେ ବଦରପୁର ସୀମା ନିକଟରେ ଫିଙ୍ଗି ଚାଲିଯାଇଥିଲା । ପୀଡିତା ଯବୁତୀ କୌଣସି ପ୍ରକାରେ ନିଜ ଘରେ ପହଞ୍ଚିଥିଲେ । ଏହାପର ଦିନ ପୀଡିତା ପରିବାର ଲୋକଙ୍କ ସହ ମିଶି ହସନପୁର ଥାନାରେ ଅଭିଯୋଗ କରିଛନ୍ତି । ପୀଡିତା ୨୮ ଜଣଙ୍କ ନାମରେ ସାମୂହିକ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!