Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁରର ସ୍ଥିତି ପରଖିଲେ ଜିଲ୍ଲାପାଳ, ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର

by ସଞ୍ଜୟ ସ୍ୱାଇଁ
May 16, 2021
in Feature News, Nayagarh
ରଣପୁରର ସ୍ଥିତି ପରଖିଲେ ଜିଲ୍ଲାପାଳ, ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର
110
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ରଣପୁର ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ୍ ଅଧିକାରୀଙ୍କ ସହିତ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଭରଚ୍ୟୁଆଲ ମାଧ୍ୟମରେ ସମସ୍ତ ଅଞ୍ଚଳର କୋଭିଡ୍-୧୯ ପରିସ୍ଥିତି ଉପରେ ସମୀକ୍ଷା କରାଯାଇଛିି । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ରଣୁପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ପଞ୍ଚାୟତରେ କୋଭିଡ୍ ପରିସ୍ଥିତ ଉପରେ ସମୀକ୍ଷା କରିଛନ୍ତି । ରଣପୁର ବିଧାୟକ ସତ୍ୟନାରୟଣ ପ୍ରଧାନ, ବ୍ଲକ୍ ଅଧିକାରୀ, ତହସିଲଦାର, ମେଡିକାଲ ଅଧିକାରୀ ଓ ସମସ୍ତ ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ପରିଷଦର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରତି ବ୍ଲକରେ ପ୍ରତିଦିନ ଅତି କମ୍ରେ ୧୦୦ ଲେଖାଏଁ ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍-୧୯ ଉପରେ ଲୋକମାନଙ୍କୁ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ବ୍ଲକ୍ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ କହିଥିଲେ । ଜିଲ୍ଲାପାଳ ଡ଼ ଟୁଡୁ କୋଭିଡ୍-୧୯ର ଦ୍ୱିତୀୟ ଲହରର ଭୟବହତା ଉପରେ ସଚେତନ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହା ଉପରେ ନଜର ରଖିବା ପାଇଁ ଓଡ଼ଗାଁ ବ୍ଲକ୍ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ରୋଗୀଙ୍କୁ ଦରକାର ପଡିଲେ ସ୍ଥାନାନ୍ତରିତ କରିବା ପାଇଁ ବର୍ତ୍ତମାନ ୪ଟି ଆମ୍ବୁଲାନ୍ସ ଥିବାବେଳେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଆଉ ଦୁଇଟି ଆମ୍ବୁଲାନ୍ସ ପାଇଁ ପ୍ରସ୍ତାବ ଦେଇଥିଲେ । ରଣପୁର ଅଞ୍ଚଳର କୋଭିଡ୍ ରୋଗୀଙ୍କୁ ଦରକାର ପଡିଲେ ଚାନ୍ଦପୁର ସ୍ଥିତ କୋଭିଡ୍-୧୯ ହସ୍ପିଟାଲକୁ ପଠାଇବା ପାଇଁ ମତାମତ ରଖିଥିଲେ । ଏହା ସହିତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସମସ୍ତ ସରପଞ୍ଚମାନଙ୍କୁ କହିଥିଲେ । ଯଦି କୌଣସି ଗାଁକୁ ବାହାର ରାଜ୍ୟ ଫେରନ୍ତା ଆସିବାର ନଜିର ରହିଛି ତେବେ ସେମାନଙ୍କୁ କ୍ଲଷ୍ଟର ଟିଏମସି ରେ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ମଧ୍ୟ କହିଥିଲେ । ଉକ୍ତ ଭରଚ୍ୟୁଆଲ ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!