ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁରରେ ରଥଯାତ୍ରା କରିବା ଦାବିରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ପଞ୍ଚୁଦୋଳ ପଡିଆ ଠାରୁ ତହସିଲ କାର୍ୟ୍ୟାଳୟ ପର୍ୟ୍ୟନ୍ତ ସମସ୍ତ ଜନ ସାଧାରଣଙ୍କ ପଦଯାତ୍ରା କରିଛନ୍ତି । ଏଥିସହିତ ରଥଯାତ୍ରା କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘଦିନ ଧରି ରଥଯାତ୍ରାକୁ ନେଇ ଦାବି ହେଉଥିଲା । ରାଜ୍ୟ ସରକାର ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି । ରଣପୁରରେ କିନ୍ତୁ ରଥଯାତ୍ରା କରିବା ଦାବିରେ ବିଭିନ୍ନ ସଂଗଠନ ଏକାଠି ହୋଇ ଦାବି କରିଛନ୍ତି ।






