ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ରଙ୍କଦେଉଳି ଗ୍ରାମରେ ଘଟିଥିବା ବଧୂହତ୍ୟା ହୋଇଥିବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମୃତ ମହିଳା ସଶ୍ମିତା ସାହୁଙ୍କ ସ୍ୱାମୀ ତଥା ସେନା କର୍ମଚାରୀ ଦିପକ କୁମାର ସାହୁ, ଶାଶୁ ବିଳାସିନୀ ସାହୁଙ୍କୁ ରଣପୁର ପୁଲିସ ଗିରଫ କରିଛି । ସଶ୍ମିତାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଅଶୋକ କୁମାର ସାହୁ ରଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀ ଏବଂ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।





