Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଗୁ ହେଲା ‘ଲକଡାଉନ୍‌’: ସଫଳ କରିବା ପାଇଁ ରଣପୁର ପୁଲିସର ତତ୍ପରତା

by ସଞ୍ଜୟ ସ୍ୱାଇଁ
May 5, 2021
in Feature News, Nayagarh
ଲାଗୁ ହେଲା ‘ଲକଡାଉନ୍‌’: ସଫଳ କରିବା ପାଇଁ  ରଣପୁର ପୁଲିସର ତତ୍ପରତା
186
VIEWS
Share on FacebookShare on Twitter

ରଣପୁର,(ବାଘୁଆବାର୍ତ୍ତା) : କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ଆଜି ଠାରୁ ଲାଗୁ ହୋଇଛି ‘ଲକଡାଉନ୍‌’ ଅସ୍ତ୍ର । ୧୪ ଦିନିଆ ଲକଡାଉନ ବଳବତ୍ତର ରହିବ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ । ଏହି ସମୟରେ ଜରୁରୀ ସେବା, ଜରୁରୀ କାମ, ଅତ୍ୟାବଶ୍ୟକ ସାମଗ୍ରୀ ଓ ମାଲ୍‌ ପରିବହନକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିବ । ଆଜିଠୁ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଆରମ୍ଭ ହେଉଛି । ଏହି ଲକ୍ ଡାଉନରେ ସାମିଲ ହୋଇଛି ରଣପୁର । ଲକଡାଉନୁ କୁ ସଫଳ କରିବା ପାଇଁ ରଣପୁର ଓ ଚାନ୍ଦପୁର ପୁଲିସ ଦେଖାଇଛି ତତ୍ପରତା । ଏହି ସମୟରେ ସକାଳ ୬ଟାରୁ ଦିନ ୧୨ଟା ପର୍ୟ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ଦୋକାନରେ । ଏହି ୬ ଘଣ୍ଟା ଖୋଲା ରହିବ ପନିପରିବା, ଗ୍ରୋସରୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ । ଗୋ ଖାଦ୍ୟ ବି ମିଳିବ । ମେଡିସିନ୍‌ ଦୋକାନ ଖୋଲା ରହିବ । କୌଣସି ଜାଗାରେ ଭିଡ଼ କରିବା ମନା । ଭିଡ଼ ହେଲେ ଦୋକାନ ସିଲ୍‌ ହେବ । ଅସ୍ଥାୟୀ ଦୋକାନଗୁଡ଼ିକ ମଧ୍ୟରେ ୩୦ ଫୁଟ ଦୂରତା ରହିବ । ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବେ । ପ୍ରତ୍ୟେକ ଲୋକ ନିଜ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସଉଦା ଓ ପନିପରିବା ଆଣିବେ । ଲକଡାଉନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ପୁଲିସ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ, ଗଣମାଧ୍ୟମ ସମେତ ଜରୁରୀ ସେବା ଯୋଗାଉଥିବା ସମସ୍ତ ବିଭାଗ ଓ ସଂସ୍ଥାର ଲୋକେ ପରିଚୟପତ୍ର ଦେଖାଇ ଯା’ ଆସ କରିପାରିବେ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ । ଲକଡାଉନ୍‌କୁ ସଫଳ କରିବା ପାଇଁ ରଣପୁର ପୁଲିସ ଆଜି ସକାଳୁ ସକାଳୁ ତତ୍ପରତା ଦେଖାଇଥିଲା । ଏ ନେଇ ରଣପୁର ପୁଲିସ ରଣପୁର ଡାକ୍ତରଖାନା ଠାରୁ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଏବଂ ବିଭିନ୍ନ ଛକ, ଜନ ଗହଳି ରାସ୍ତା ଆଦି ଜାଗାରେ ପୁଲିସ କଡା ପ୍ରହରା ଦେଇଥିଲା । ଲକ୍ ଡାଉନ ନିୟମ ଭାଙ୍ଗୁ ଥିବା ଅମାନିଆଙ୍କୁ ଧରି ତାଗିଦ କରିବା ସହ ଫାଇନ ମଧ୍ୟ ଆଦାଇ କରାଯାଇଛି । ଲକ୍ ଡାଉନର ପ୍ରଥମ ଦିନରେ ରଣପୁର ପୋଲିସ ୧୨ ଜଣ ଅମାନିଆ ଙ୍କ ଠାରୁ ୬୦୦୦ ଟଙ୍କା ଫାଇନ ଆଦାଇ କରାଯାଇଥିବା ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଚାନ୍ଦପୁର ପୁଲିସ ମଧ୍ୟ ଏହି ଲକଡାଉନକୁ ସଫଳ କରିବା ପାଇଁ ଦିନ ତମାମ ଚାନ୍ଦପୁର ଥାନା ଅଂଚଳରେ ଚେକିଂ ଜାରି ରଖିଥିବା ଜଣା ପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!