ନୟାଗଡ଼ (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର । ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଚେନ୍ । ଏଭଳି ଖବର ଆସି ପହଞ୍ଚିଛି ରଣପୁର ଥାନା ଅଞ୍ଚଳରୁ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଟଗଡ଼ ଘାଟି ଠାରେ ଡକାୟତ ମାନେ ବନ୍ଧୁକ ଦେଖାଇ ୯ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧିନର ଚମ୍ପାଇଲୋ ସାନବାଡ଼ ଗ୍ରାମର ସୁରେଶ ଜେନା ଓ ଧର୍ମପତ୍ନୀ ମାମିନା ଜେନା ଏକ ବାଇକରେ ରାଜସୁନାଖଳା ଦେଇ ରଣପୁର ଯାଉଥିଲେ । ସକାଳର ରାସ୍ତା ଶୂନସାନ ଥିବାର ସୁଯୋଗ ନେଇ ଗୋଟିଏ ବାଇକରେ ୩ଜଣ ଡକାୟତ ପିଛା କରିଥିଲେ । ପିଛା କରି କରି କୋଟଗଡ଼ ଘାଟି ଠାରେ ନିଛାଟିଆ ରାସ୍ତାରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ପାଖରେ ଥିବା ୯ହଜାର ଟଙ୍କା ଓ ମାମିନାଙ୍କ ପାଖରେ ଥିବା ଦେଢ ଭରିର ଏକ ଚେନ୍ ଓ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଉଭୟ ଦମ୍ପତ୍ତି ଆହାତ ହୋଇଥିବା ବେଳେ ଦୁବୃତ୍ତମାନେ ଆଣିଥିବା ବନ୍ଧୁକଟି ପଡିଥିବା ଦେଖିବାକୁ ମିଳିଛି ।





