ନୟାଗଡ଼,(ବାଘୁଆବାର୍ତ୍ତା):ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ବିଳମ୍ବିତ ରାତିରେ ଆୟୁଷ ଡାକ୍ତରଙ୍କୁ ଦୁଇଜଣ ବ୍ୟକ୍ତି ରବି ସୁନ୍ଦରା ଏବଂ ସୋମନାଥ ସାହୁ ମଦ୍ୟପାନ କରି ଉତ୍ୟକ୍ତ ହୋଇ ଗାଳି ଗୁଲଜ କରିବା ସହ ଅସଦାଚରଣ କରିଥିଲେ ଜ୍ଝ ଡାକ୍ତର ଏକ ଲିଖିତ ଅଭିଯୋଗ କ୍ରମେ ରାଜସୁନାଖଳା ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ଅଭିଯୋଗକୁ ଆଧାର କରି ଫାଣ୍ଡି ଅଧିକାରୀ ଭିମସେନ ମଲ୍ଲିକ ଘଟଣାର ତଦନ୍ତ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ ଜ୍ଝ ରଣପୁର ବିଚାର ବିଭାଗୀୟ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ରଣପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।





