ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ରଣପୁର ଏନଏସି ୭ ନମ୍ବର ୱାର୍ଡ଼ କଦମସାହିର ମନୋରଞ୍ଜନ ବେହେରା (୨୦)ନାମକ ଜୈନିକ ଯୁବକ, ଗୋପାଳପୁର ଡମସାହିର ପର୍ଶୁରାମ ଘଡ଼େଇ(୩୧)ଙ୍କ ଠାରୁ ଏକ ନମ୍ବର ବିହୀନ ପଲସର-୨୨୦ ବାଇକ୍ କିଣି ଚଲାଉଥିଲେ । ଗାଡ଼ିର ସଠିକ୍ କାଗଜ ପତ୍ର ନଥିବାରୁ ରଣପୁର ପୁଲିସ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏଥିସହିତ ବାଇକ ଜବତ କରାଯାଇଛି ।





